Latest Odisha News

ଜାନୁଆରୀ ୩ରୁ ଖୋଲିବ ବଳଦେବ ଜୀଉ ମନ୍ଦିର

କେନ୍ଦ୍ରାପଡା: ପୁରୀ ଜଗନ୍ନାଥ ମନ୍ଦିର ଏବଂ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପରେପରେ କେନ୍ଦ୍ରାପଡା ସହରର ବଳଦେବଜୀଉ ମନ୍ଦିର ଖୋଲିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି।

ଜାନୁଆରୀ ୩ରେ ଏହି ମନ୍ଦିର ଖୋଲିବାକୁ ସ୍ଥିର ହୋଇଛି।

ଏନେଇ ବୁଧବାର ଦିନ ଘୋଷଣା କରିବା ସହ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ କୋଭିଡ-୧୯ ଗାଇଡ ଲାଇନ ଅନୁଯାୟୀ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ୧୦୦ରୁ ଅଧିକ ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ। ଏହା ବ୍ୟତୀତ ସେମାନଙ୍କୁ ପର୍ଯ୍ୟାୟ କ୍ରମେ ପଠାଯିବ ବୋଲି ମନ୍ଦିର ଟ୍ରଷ୍ଟର ପରାମର୍ଶ କ୍ରମେ ନିଷ୍ପତ୍ତି ନିଆଯାଇଛି।

ମନ୍ଦିରରେ ସାନିଟାଇଜେସନ ଓ ମାସ୍କ ପରିଧାନ ବାଧ୍ୟତାମୂଳକ
ବୋଲି ଜିଲ୍ଲାପାଳ କହିଛନ୍ତି।

Comments are closed.