Latest Odisha News

ବାଲେଶ୍ବରରେ ସମସ୍ତ କ୍ବାରେନଣ୍ଟାଇନ ସେଣ୍ଟର ହେବ କଣ୍ଟେନମେଣ୍ଟ ଜୋନ୍

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ପ୍ରବାସୀମାନଙ୍କୁ କ୍ବାରେନଣ୍ଟାଇନ ରେ ରଖିବା ପାଇଁ ସ୍ଥାପିତ ସମସ୍ତ ଅସ୍ଥାୟୀ ଚିକିତ୍ସା ଶିବିରକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

ଏନେଇ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ରବିବାର ଦିନ ଏକ ନିର୍ଦ୍ଦେଶରେ କହିଛନ୍ତି ଯେ କଣ୍ଟେନମେଣ୍ଟ ଜୋନ୍ ପାଇଁ ଥିବା ସମସ୍ତ ପ୍ରୋଟୋକଲ୍, ପ୍ରତିବନ୍ଧକ ତଥା କଟକଣା ଏବଂ ନିୟମ ଗୁଡିକ କ୍ବାରେନଣ୍ଟାଇନ କେନ୍ଦ୍ର ଲାଗି ପ୍ରଯୁଜ୍ୟ ହେବ।

ସନ୍ଦିଗ୍ଧ ଜନସାଧାରଣଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରତ୍ୟେକ ଜିପି ଏବଂ ଅର୍ବାନ ଲୋକାଲ ବଡି (ୟୁଏଲବି)ରେ ଏହି କେନ୍ଦ୍ରଗୁଡିକ ସ୍ଥାପନ କରାଯାଇଛି।

Comments are closed.