ସୋର: ସୋରରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପିକ୍ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବ ପରେ ସେଥିରୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଏନ୍ଏଚ୍-୧୬ ସୋର ଥାନା ଅଲ୍ଲିପୁର ନିକଟରୁ ଏହି ବିସ୍ଫୋରକ ଜବତ କରାଯାଇଛି। କଟକରୁ ବାଲେଶ୍ବର ଯାଉଥିଲା ଏହି ବିସ୍ଫୋରକ ଭର୍ତ୍ତି ଗାଡ଼ି। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର୍ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଏହି ସମୟରେ ସେମାନେ ଜାଣିବାକୁ ପାଇଥିଲେ ଯେ ଭ୍ୟାନରେ ବିସ୍ଫୋରକ ଭର୍ତ୍ତି ଥିଲା। ଏହି ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ଜଣାଇଥିଲେ।
ପୋଲିସ ଫେରାର ଡ୍ରାଇଭରଙ୍କୁ ଖୋଜିବା ପାଇଁ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଥିବା ବେଳେ ପିକଅପ୍ ଭ୍ୟାନର ମାଲିକଙ୍କ ବିଷୟରେ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରିଛନ୍ତି।
Comments are closed.