Latest Odisha News

ବାହାନଗା ରେଳ ଦୁର୍ଘଟଣା: ମୃତକଙ୍କ ପରିବାର ସଦସ୍ୟଙ୍କୁ କିଟ୍‌ରେ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ବାଲେଶ୍ୱର ବାହାନଗାଠାରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାର ସଦସ୍ୟଙ୍କୁ କିିଟ୍‌ରେ ମିିଳିଲା ନିଯୁକ୍ତି । ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟ୍ ରେ ମାଗଣା ଶିକ୍ଷା ବ୍ୟବସ୍ଥାକୁ ରବିବାର କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କାର୍ଯ୍ୟକାରୀ କରିଛନ୍ତି । ପୂର୍ବରୁ କରିଥିବା ଘୋଷଣା ଅନୁସାରେ ଶ୍ରୀ ସାମନ୍ତ ଆଜି କିଟ୍ ପରିସରରେ ମୃତକଙ୍କ ପରିବାର ସଦସ୍ୟମାନଙ୍କୁ ଭେଟିଥିଲେ । ପୂର୍ବରୁ ସେମାନଙ୍କ ନିଯୁକ୍ତି ପାଇଁ କିଟ୍ ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା କରାଯାଇ ଆଜି ସାକ୍ଷାତକାର ପାଇଁ ଡକାଯାଇଥିଲା ।

କିଟ୍ ଓ କିସ୍‌ରେ ଚାକିରି ପାଇଁ ଇଚ୍ଛା ପ୍ରକାଶ କରିଥିବା ପରିବାର ସଦସ୍ୟଙ୍କ ମଧ୍ୟରୁ ୨୦ ଜଣଙ୍କୁ ଆଜି ନିଯୁକ୍ତି ଦିଆଯାଇଛି । ଏହା ସହ ମୃତକଙ୍କ ପରିବାରର ମଧ୍ୟରୁ ଦୁଇ ଜଣଙ୍କ ପିଲା କିଟ୍ ରେ ଉଚ୍ଚତର ଶିକ୍ଷା ପାଇଁ ନାମ ଲେଖାଇଛନ୍ତି । ଏଭଳି ସହାୟତା ପାଇଁ ମୃତକଙ୍କ ପରିବାର ସଦସ୍ୟମାନେ ଆନନ୍ଦ ପ୍ରକାଶ କରିବା ସହ ଅସମୟରେ ସହାୟତାର ହାତ ବଢ଼ାଇବା ସହ କର୍ମ ସଂସ୍ଥାନ ଯୋଗାଇ ଦେଇଥିବାରୁ କିଟ୍‌, କିସ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସେମାନେ କୃତଜ୍ଞତା ଜଣାଇଥିଲେ ।

Comments are closed.