Latest Odisha News

ପିସିବି ବଲ ଟ୍ୟାମ୍ପରିଂକୁ ଦେଉଛି ପ୍ରଶୟ !

ଇସଲାମାବାଦ: ପାକିସ୍ତାନ କ୍ରିକେଟ ସହ ବଲ ଟ୍ୟାମ୍ପରିଂ ବିବାଦ ଯୋଡି ହେବା ନୂଆ କଥା ନୁହେଁ । ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ସର୍ବଦା ବଦନାମ ମୁଣ୍ଡେଇ ଆସିଛି । ଇଂଲଣ୍ଡ ବିପକ୍ଷ ମୁଲତାନ ଟେଷ୍ଟ ଅବସରରେ ପାକିସ୍ତାନର ଏକ ଖବରଦାତା ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ପିସିବି ଘରୋଇ କ୍ରିକେଟରେ ବଲ ଟ୍ୟାମ୍ପରିଂକୁ ପ୍ରଶୟ ଦେଉଛି । ନସୀମ ଶାହଙ୍କ ସମେତ ଅନେକ ବୋଲର ଘରୋଇ କ୍ରିକେଟରୁ ଏହି ବଦଭ୍ୟାସ ଆରମ୍ଭ କରିଥାନ୍ତି । ଏଥିଯୋଗୁ ବଲକୁ ସହଜରେ ରିଭର୍ସ ସୁଇଂ କରାଯାଇ ପାରିଥାଏ । ଆଇସିସି ବଲ ଟ୍ୟାମ୍ପରିଂ ଉପରେ କଡା ନଜର ରଖିଥିବାରୁ ପାକିସ୍ତାନ ବୋଲର ବିଶେଷ ଫାଇଦା ଉଠାଇ ପାରୁ ନାହାନ୍ତି ।

ପାକିସ୍ତାନର ମ୍ୟାଚ ଅଧିକାରୀ, କୋଚ ଏବଂ ଅନ୍ୟ ସିନିୟର ଖେଳାଳି ଯୁବ ବୋଲରମାନଙ୍କୁ ଏଥିନେଇ ପ୍ରୋତ୍ସାହିତ କରୁଛନ୍ତି । ମୁଲତାନ ଟେଷ୍ଟ ଜିତିବା ପାଇଁ ପାକିସ୍ତାନ ସ୍ୱତନ୍ତ୍ର ଭାବେ ପିଚ ପ୍ରସ୍ତୁତ କରିଥିବା ଅଭିଯୋଗ ମଧ୍ୟ ଆସିଛି । ଏହା ସତ୍ୱେ ଟେଷ୍ଟ କ୍ରିକେଟରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ଦଳ ଭିତରେ ଥିବା କନ୍ଦଳ ମଧ୍ୟ ପଦାରେ ପଡିବା ଆରମ୍ଭ ହୋଇଛି ।

Leave A Reply

Your email address will not be published.