Latest Odisha News

ଭଙ୍ଗା ଯିବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା

ଯାଜପୁର: ଭଙ୍ଗା ଯିବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା । ବଲ୍ଲେ ବଲ୍ଲେ ଢାବା ଭଙ୍ଗାଯିବନି ବୋଲି କହିଛନ୍ତି ଧର୍ମଶାଳା ବିଡିଓ । ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାରୁ ଢାବା ଭଙ୍ଗାଯିବନି ବୋଲି କହିଛନ୍ତି ବିଡିଓ ।

ସୂଚନାଯୋଗ୍ୟ ଯେ, ବିନା ସରକାରୀ କାଗଜପତ୍ରରେ ଜଣେ ମହିଳା ବିଜେଡି ନେତ୍ରୀଙ୍କୁ ଏହି ଢାବା ଲିଜ୍ ରେ ଦିଆଯାଇଥିବା ବେଳେ ଏହାକୁ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ପରଦା ପଛରେ ପରିଚାଳନା କରିଥିବା ଅଭିଯୋଗ ହୋଇଥିଲା। ବ୍ଲକ ଅଧିକାରୀଙ୍କ ସହ ଏ ନେଇ ଯାଞ୍ଚ ବେଳେ ବିଧାୟକ ହିମାଂଶୁ ସାହୁ ଏହି ଅନିୟମିତତାର ପର୍ଦ୍ଦାଫାସ କରିବା ପରେ ଢାବାକୁ ପରିସର ଖାଲି କରିବାକୁ ନୋଟିସ୍ ଜାରି କରାଯାଇଥିଲା।

ଢାବାକୁ ନେଇ ସ୍ଥାନୀୟ ଲୋକ ଅନେକ ବିବାଦୀୟ କଥା କହୁଥିଲେ । ଦିନରେ ଢାବା ଚାଲିଥିବା ବେଳେ ଏହା ରାତିରେ ରଙ୍ଗଶାଳା ପାଲଟୁଥିବା ଅଭିଯୋଗ ହୋଇଥିଲା । ଏପରିକି ବିଜେଡି ନେତା ଓ ମନ୍ତ୍ରୀ ଏଠାକୁ ଆସୁଥିଲେ, ବଡ ବଡ ଗାଡି ଲାଗୁଥିଲା । ବାହାରୁ ଆସୁଥିବା ଝିଅମାନେ ଢାବା ଉପରେ ଥିବା ଲଜରେ ରହୁଥିବା ବି କହୁଛନ୍ତି ସ୍ଥାନୀୟ ଲୋକେ ।

ସେପଟେ ଧର୍ମଶାଳା ଭବନରେ ଥିବା ବିବାଦୀୟ ‘ବଲେ ବଲେ ଢାବା ଆଣ୍ଡ ଫ୍ୟାମିଲି ରେଷ୍ଟୁରାଣ୍ଟ’ରେ ସମ୍ପୃକ୍ତି ଥିବା ନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶିତ ଖବର ଉପରେ ରୋକ ଲଗାଇବା ପାଇଁ ବିଜେଡି ନେତ୍ରୀ ଏଲିନା ଦାସ ଗତ ଜୁଲାଇ ୪ତାରିଖରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Comments are closed.