Latest Odisha News

BREAKING NEWS

ୟୁପିରେ ବଡ ଦୁର୍ଘଟଣା, ଗଙ୍ଗାରେ ବୁଡିଲା ଯାତ୍ରୀବାହୀ ଡଙ୍ଗା: ୪ ମୃତ ୨୦ରୁ ଅଧିକ ନିଖୋଜ

ବାଲିଆ: ଉତ୍ତର ପ୍ରଦେଶ ବାଲିଆ ଜିଲ୍ଲାରେ ବଡ଼ ଦୁର୍ଘଟଣା ଘଟିଛି। ଗଙ୍ଗା ନଦୀରେ ଏକ ଡଙ୍ଗାବୁଡ଼ି ୨୦-୨୫ ଜଣ ନିଖୋଜ ହୋଇଯାଇଛନ୍ତି। ପାଖାପାଖି ୪୦ ଯାତ୍ରୀଙ୍କୁ ନେଇଯାଉଥିବା ଡଙ୍ଗାଟି ମଝି ନଈରେ ବୁଡ଼ିଯାଇଥିଲା। ଆଖପାଖରେ ଥିବା ଲୋକମାନଙ୍କୁ ସଂଗେ ସଂଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ଏଥିରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ବାକି ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ, ଲାଣ୍ଡ ହୋଇ ସଂସ୍କାର ହେବା ସମୟରେ ମାଲଦେପୁର ଘାଟରେ ଡଙ୍ଗାଟି ବୁଡିଯାଇଥିଲା। ଡଙ୍ଗାରେ ପାଖାପାଖି ୪୦ ଯାତ୍ରୀ ସବାର ଥିଲେ ବୋଲି ବାଲିଆ ଜିଲ୍ଲାଧିକାରୀ ସୂଚନା ଦେଇଛନ୍ତି। ଓଭର ଲୋଡିଂ ଯୋଗୁ ଦୁର୍ଘଟଣା ଘଟିଛି ବୋଲି ଜିଲ୍ଲାଧିକାରୀ ସୂଚନା ଦେଇଛନ୍ତି। ପାଣିରେ ବୁଡିଯାଇଥିବାରୁ କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୨୦ରୁ ଅଧିକ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।

Comments are closed.