Latest Odisha News

ଚୁଇଙ୍ଗମ ଉପରେ କଟକଣା ଲଗାଇଲା ହିମାଚଳ ପ୍ରଦେଶ ସରକାର

ସିମଲା: ହିମାଚଳପ୍ରଦେଶ ସରକାର କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଚୁଇଙ୍ଗମ ଉପରେ କଟକଣା ଲଗାଇଛନ୍ତି । ଏହା ୩୦ ଜୁନ୍ ପର୍ଯ୍ୟନ୍ତ ଲାଗୁ ହେବ । ପୂର୍ବରୁ ପାନ, ଗୁଟଖା ପରି ପଦାର୍ଥ ଉପରେ କଟକଣା ଲଗାଯାଇଥିଲା । ଚୁଇଙ୍ଗମ ଖାଉଥିବା ଲୋକ ନିଶ୍ଚିତ ଏହାକୁ ବାହାରେ ପକାଇବ ଯାହା ଫଳରେ ଏଥିରେ ସଂକ୍ରମଣ ହେବା ଆଶଙ୍କା ଅଧିକ ରହୁଛି ।

ଯେଉଁ ଦୋକାନୀ ଚୁଇଙ୍ଗମ ବିକ୍ରି କରିବ ତା ଉପରେ ଖାଦ୍ୟ ସୁରକ୍ଷା ଅଧିନିୟମ ଏବଂ ଧାରା ୫୫ ଅନୁସାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ ।

Comments are closed.