ମୀରପୁର: ଟେଷ୍ଟ କ୍ରିକେଟ ଇତିହାସରେ ଅନେକ ଥର ଭିନ୍ନ ଭିନ୍ନ କାରଣ ଯୋଗୁ ମ୍ୟାଚକୁ ସ୍ଥଗିତ ରଖାଯାଇଛି । ସ୍ଥାନୀୟ ଶେର ବାଂଲା ଜାତୀୟ ଷ୍ଟାଡିୟମରେ ବାଂଲାଦେଶ-ଆୟର୍ଲାଣ୍ଡ ମ୍ୟାଚ ଚାଲିଥିବା ବେଳେ ହଠାତ ଏହାକୁ ରୋକା ଯାଇଥିଲା । ଶୁକ୍ରବାର ଏଠାରେ ୫.୫ ତୀବ୍ରତାର ଭୂମିକମ୍ପ ହୋଇଥିଲା । ସେଥିପାଇଁ ଖେଳାଳିଙ୍କ ସୁରକ୍ଷା ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ଆମେରିକା ଏଜେନ୍ସି ୟୁଏସଜିଏସ ମୁତାବକ ବାଂଲାଦେଶର ନରସିଂଗଡିଠାରେ ଭୂମିକମ୍ପର କେନ୍ଦ୍ର ରହିଥିଲା । ଆୟର୍ଲାଣ୍ଡ ୫୫ ଓଭର ପରେ ୫ ୱିକେଟ ବିନିମୟରେ ୧୬୫ ରନ କରିଥିବା ବେଳେ ଭୂମିକମ୍ପ ହୋଇଥିଲା । ଫଳରେ ମ୍ୟାଚକୁ କିଛି ସମୟ ବନ୍ଦ ରଖାଯାଇଥିଲା । ପରେ ମ୍ୟାଚ ଚାଲୁ ହୋଇଥିଲା ।
୨୦୨୨ରେ ମଧ୍ୟ ଜିମ୍ବାୱେ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଚାଲିଥିବା ୧୯ ବର୍ଷରୁ କମ ମୁକାବିଲା ବେଳେ ଭୂମିକମ୍ପ ଯୋଗୁ କିଛି ସମୟ ବନ୍ଦ ରଖା ଯାଇଥିଲା । ବାଂଲାଦେଶ ପ୍ରଥମ ଇନିଂସରେ ୪୭୬ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଆୟର୍ଲାଣ୍ଡ ୭ ୱିକେଟ ହରାଇ ୧୭୫ ରନ କରିଛି । ପ୍ରଥମ ଟେଷ୍ଟରେ ମଧ୍ୟ ବାଂଲାଦେଶ ଇନିଂସ ଓ ୪୭ ରନରେ ବିଜୟ ହାସଲ କରିଥିଲା ।
Comments are closed.