Latest Odisha News

BREAKING NEWS

ତୁଟିଲା ବନକଲାଗି ନୀତି ବିବାଦ, ଆସନ୍ତା ୯ରେ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆସନ୍ତା ୯ତାରିଖରେ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି। ବନକଲାଗି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ ନୀତି ଥିବାରୁ କାଲି ବନକଲାଗି ହେବନି । ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି ପାଇଁ ନିଷ୍ପତ୍ତି ନିଆଯାଇଛି ।

ଖବର ଅନୁଯାୟୀ, ଦୀର୍ଘ ଏକ ମାସ ଧରି ଦତ୍ତମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବନକଲାଗି ନୀତି ନେଇ ବିବାଦ ଲାଗିରହିଥିଲା । ଯାହାଫଳରେ ନୀଳାଦ୍ରିବିଜେ ପରଠାରୁ ମହାପ୍ରଭୁଙ୍କର ବନକଲାଗି ନୀତି ହୋଇପାରିନଥିଲା । ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି ନୀତି କରିବାକୁ କହୁଥିବା ବେଳେ ଦତ୍ତମହାପାତ୍ର ନିଯୋଗ ଗୁରୁବାର କରିବାକୁ ଜିଦ୍ ଧରି ବସିଥିଲା । ଯାହାକୁ ନେଇ ବିବାଦ ବଢ଼ିଥିଲା । ଫଳରେ ମହାପ୍ରଭୁଙ୍କ ଏହି ନୀତି ହୋଇପାରୁନଥିଲା । ଶେଷରେ ମଙ୍ଗଳବାର ଦିନ ବନକଲାଗି ନୀତି ବିବାଦ ପ୍ରସଙ୍ଗରେ ପରିଚାଳନା କମିଟି ବୈଠକ ବସିବାର ଥିଲା । କିନ୍ତୁ କୌଣସି କାରଣରୁ ପରିଚାଳନା କମିଟି ବୈଠକ ବି ବସିପାରିନଥିଲା ।

ପ୍ରତିବର୍ଷ ନୀଳାଦ୍ରି ବିଜେର ସାତ ଆଠ ଦିନ ଭିତରେ ରତ୍ନ ସିଂହାସନରେ ବିଜେ ଶ୍ରୀବିଗ୍ରହଙ୍କ ବନକଲାଗି କରାଯାଇଥାଏ । ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଦତ୍ତ ମହାପାତ୍ର ସେବକ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି । କିନ୍ତୁ ଚଳିତବର୍ଷ ଜୁଲାଇ ୧ରୁ ନୀଳାଦ୍ରି ବିଜେ ଶେଷ ହୋଇଥିଲେ ବି ୨୬ ଦିନ ପରେ ବନକଲାଗି ସମ୍ପର୍ଣ୍ଣ ହୋଇପାରିନି ।

Leave A Reply

Your email address will not be published.