ଢ଼ାକା: ବାଂଲାଦେଶ କ୍ରିକେଟ ବୋର୍ଡ ଖେଳାଳିଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି । ବୋର୍ଡର ଫାଇନାନ୍ସ କମିଟି ଅଧ୍ୟକ୍ଷ ପଦରୁ ନଜମୁଲ ଇସଲାମଙ୍କୁ ହଟାଯାଇଛି । କ୍ରିକେଟ ୱେଲଫେୟାର୍ସ ଆସୋସିଏଶନ ଅଫ ବାଂଲାଦେଶ ନଜମୁଲ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଦେଶରେ ସମସ୍ତ କ୍ରିକେଟକୁ ବହିଷ୍କାର କରାଯିବ ବୋଲି ଧମକ ଦେଇଥିଲେ । ନଜମୁଲ ଖେଳାଳିଙ୍କ ଯୋଗଦାନ ଓ ପାରିଶ୍ରମିକ ନେଇ ଅପମାନଜନକ ବୟାନ ଦେବା ସହ ଟି୨୦ ବିଶ୍ୱକପ ପାଇଁ ଭାରତ ଯିବା ନେଇ ପ୍ରଶ୍ନ ଉଠାଇଥିଲେ । ଦେଶର ଷ୍ଟାର ଖେଳଳି ତାମିମ ଇକବାଲଙ୍କୁ ନଜମୁଲ ଭାରତର ଏଜେଂଟ କହିଥିଲେ ।
ଏହି ସବୁ ଘଟଣାରେ ଖେଳାଳିମାନେ ପ୍ରତିକ୍ରିୟାଶୀଳ ହୋଇଥିଲେ । ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା । ବିପିଏଲର ମ୍ୟାଚ ଖେଳିବାକୁ ଖେଳାଳିମାନେ ପଡିଆକୁ ଆସି ନ ଥିଲେ । ଏବେ ବିସିବି ତାଙ୍କୁ ବାହାର କରିବା ପରେ ଘଟଣା ନିୟନ୍ତ୍ରଣକୁ ଆସିଛି । କ୍ରିକେଟର ହିତକୁ ଆମେ ସର୍ବଦା ପ୍ରାଥମିକତା ଦେଇ ଆସୁଛୁ ବୋଲି ବିସିବି ପକ୍ଷରୁ କୁହାଯଇଛି । ବାଂଲାଦେଶ ଏବେ ଟି୨୦ ବିଶ୍ୱକପ ଖେଳିବା ପାଇଁ ଭାରତ ଗସ୍ତରେ ଆସିବ କି ନାହିଁ ତାହା ଏବେ ବି ସଂଶୟରେ ରହିଛି । ଅବଶ୍ୟ ଆଇସିସି ଶେଷ ମୂହର୍ତରେ କୌଣସି କାରଣ ନ ଥାଇ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇ ପାରିବ ନାହିଁ ବୋଲି କହିଛି ।