Latest Odisha News

ଅଶାନ୍ତ ବାଂଲାଦେଶ; ଭାରତର ୧୨ କମ୍ପାନୀ ଉପରେ ପ୍ରଭାବ ପଡିପାରେ

ନୂଆଦିଲ୍ଲୀ: ବାଂଲାଦେଶରେ ଜାରି ରହିଥିବା ହିଂସା ଯୋଗୁଁ ଅନେକ ଭାରତୀୟ କମ୍ପାନୀ ପ୍ରଭାବିତ ହୋଇପାରନ୍ତି। ଏଥିମଧ୍ୟରେ ୧୨ ଟି ତାଲିକାଭୁକ୍ତ କମ୍ପାନୀ ମଧ୍ୟ ଅନ୍ତର୍ଭୁକ୍ତ।

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୩-୨୪ ମଧ୍ୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୪ ବିଲିୟନ ଡ଼ଲାର ଥିଲା। ସେହିପରି ଭାରତରୁ ବାଂଲାଦେଶକୁ ରପ୍ତାନି ପ୍ରାୟ ୧୨ ବିଲିୟନ ଡଲାର ରହିଥିଲା।

ମାରିକୋ, ପର୍ଲ ଗ୍ଲୋବାଲ ଇଣ୍ଡଷ୍ଟ୍ରିଜ୍, ଇମାମି, ବେଇର୍ କର୍ପ, ଜିସିପିଏଲ୍, ବ୍ରିଟାନିଆ, ବିକାଶ ଲାଇଫ କେୟାର, ଡାବର, ଏସିଆନ ପେଣ୍ଟସ୍, ପିଡିଲାଇଟ୍, ଜୁବିଲାଣ୍ଟ ଫୁଡ୍ ୱାର୍କସ୍ ଏବଂ ବଜାଜ ଅଟୋ ଭଳି ଅନେକ କମ୍ପାନୀ ବାଂଲାଦେଶରେ ସେମାନଙ୍କର ଉପସ୍ଥିତି ରହିଛି। ଏହା ସହିତ ବାଂଲାଦେଶ ଟ୍ରେଣ୍ଟ, ପିଡିଏସ୍ ଏବଂ ଭିଆଇପି ଇଣ୍ଡଷ୍ଟ୍ରିଜ୍ ଭଳି କମ୍ପାନୀ ସପ୍ଲାଏ ଚେନର ଏକ ଅଂଶ।

Comments are closed.