Latest Odisha News

BREAKING NEWS

ଶେଖ ହସିନାଙ୍କ ସମର୍ଥନରେ ହିନ୍ଦୁ ସମ୍ପ୍ରଦାୟଙ୍କ ଆନ୍ଦୋଳନ, ବାଂଲାଦେଶକୁ ଫେରାଇ ଆଣିବାକୁ ତେଜିଲା ଦାବି

ଢାକା: ଶେଖ ହସିନା ଦେଶ ଛାଡିବା ପରେ ବାଂଲାଦେଶରେ ବହୁ ହିଂସା ଘଟିଛି। ଯେଉଁଥିରେ ହିନ୍ଦୁମାନେ ଅତ୍ୟଧିକ ଅତ୍ୟାଚାରର ଶିକାର ହୋଇଛନ୍ତି। ହିଂସାରେ ଅନେକ ହିନ୍ଦୁଙ୍କୁ ଆକ୍ରମଣ ମଧ୍ୟ କରାଯାଇଛି। ଏପରିକି ଅନେକ ହିନ୍ଦୁ ଲୋକଙ୍କ ଘର ମଧ୍ୟ ପୋଡି ଦିଆଯାଇଛି। ଜିନିଷପତ୍ର ଲୁଟପାଟ କରାଯାଇଛି। ଏହି ସମୟରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ ମଧ୍ୟ କରାଯାଇଛି। ଏସବୁ ମଧ୍ୟରେ ଢାକା ରାସ୍ତାରେ ହିନ୍ଦୁ ସମ୍ପ୍ରଦାୟର ଶହ ଶହ ଲୋକ ପ୍ରଦର୍ଶନ କରିଛନ୍ତି। ଶେଖ ହସିନାଙ୍କ ସମର୍ଥନରେ ଆନ୍ଦୋଳନ ଆରମ୍ଭ ହୋଇଛି।

ହସିନାଙ୍କ ସମର୍ଥନରେ ଓ ତାଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି। ଆୱାମୀ ଲିଗର ନେତା ଓ କର୍ମୀମାନେ ହଜାର ହଜାର ସଂଖ୍ୟାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାସହ ସେମାନେ ଶେଖ ହସିନାଙ୍କ ସମର୍ଥନରେ ରାଲି କରିବା ସହ ତାଙ୍କୁ ଦେଶକୁ ଫେରାଇ ଆଣିବାକୁ ଦାବି କରିଛନ୍ତି।

ପ୍ରତିବାଦକାରୀମାନେ ଢାକା ଓ ଖୁଲନା ମଧ୍ୟରେ ଥିବା ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଏହି ପ୍ରତିବାଦ ବେଳେ ସେନା ଗାଡ଼ି ଉପରକୁ ମଧ୍ୟ ଆକ୍ରମଣର ଖବର ମିଳିଛି। ସେନା ପକ୍ଷରୁ ମଧ୍ୟ ପ୍ରତିବାଦକାରୀଙ୍କ ଉପରେ ଗୁଳିଚାଳନା ହୋଇଛି। ଏଥିରେ ୧୫ ଜଣ ଆହତ ହୋଇଛନ୍ତି। ହସିନା ଏବେ ଭାରତରେ ଅଛନ୍ତି। ତେବେ ଆଗକୁ ତାଙ୍କର କ’ଣ ପଦକ୍ଷେପ ହେବ, ତାକୁ ନେଇ ଚର୍ଚ୍ଚା ଜାରି ରହିଛି।

ଏହାକୁ ବିରୋଧ କରୁଥିବା ଲୋକମାନେ କହିଛନ୍ତି ଯେ ଏହା ସମସ୍ତଙ୍କର ଅଟେ ଏବଂ ଏଥିରେ କୌଣସି ସମ୍ପ୍ରଦାୟର ଅଧିକାର ନାହିଁ। ଏହି ସମୟରେ ବିକ୍ଷୋଭକାରୀମାନେ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ। ଲୋକମାନେ କହିଛନ୍ତି- ‘ଏହି ଦେଶ କାହାର ପିତାଙ୍କର ନୁହେଁ, ଆମେ ଏଥିପାଇଁ ରକ୍ତ ଦେଇଛୁ, ଯଦି ଆବଶ୍ୟକ ହୁଏ ତେବେ ଆମେ ପୁଣି ରକ୍ତ ଦେବୁ।

 

Comments are closed.