Latest Odisha News

ପନ୍ତ, ଗିଲଙ୍କ ଶତକ: ବାଂଲାଦେଶ ସମ୍ମୁଖରେ ୫୧୫ ରନର ଲକ୍ଷ୍ୟ ରଖିଲା ଟିମ ଇଣ୍ଡିଆ

ଚେନ୍ନାଇ: ଭାରତ ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶ ସମ୍ମୁଖରେ ୫୧୫ ରନର ବିଜୟ ଲକ୍ଷ୍ୟ ରଖିଛି । ରିଷଭ ପନ୍ତ ଓ ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ପରେ ଭାରତ ୪ ୱିକେଟରେ ୨୮୭ ରନ କରି ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ଗିଲ ୧୧୯ ଓ କେଏଲ ରାହୁଲ ୨୨ ରନ କରି ଅପରାଜିତ ରହିଥିଲେ । ବେଳେ ପନ୍ତ ୧୦୯ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଯଶସ୍ୱୀ ଜୈସୱାଲ(୧୦), ରୋହିତ ଶର୍ମା(୫) ଓ ବିରାଟ କୋହଲି ୧୭ ରନ କରି ଆଉଟ ହୋଇଥିଲେ । ମେହେନ୍ଦି ହାସନ ମିରାଜ ୨ଟି ୱିକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୩୭୬ ରନ ଜବାବରେ ବାଂଲାଦେଶ ୧୪୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଯଶପ୍ରୀତ ବୁମରାହ ୪ଟି ୱିକେଟ ଅକ୍ତିଆର କରି ଭ୍ରମଣକାରୀ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ହାତରେ ଆଉ ୨ ଦିନରୁ ଊର୍ଦ୍ଧ୍ୱ ସମୟ ଥିବା ବେଳେ ରୋହିତଙ୍କ ଇନିଂସ ଘୋଷଣା କିଛି ମାତ୍ରାରେ ଦ୍ୱନ୍ଦ୍ୱରେ ପକାଇଛି । ତେବେ ସେ ବୋଲିଂ ଲାଇନଅପ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି । ଟେଷ୍ଟ କ୍ରିକେଟରେ ୫୦୦ରୁ ଊର୍ଦ୍ଧ୍ୱ ରନ ଚେଜ ହୋଇନି ।

Leave A Reply

Your email address will not be published.