Latest Odisha News

BREAKING NEWS

ବାଂଲାଦେଶୀ ହିଂସାରେ ଥର ହର ଭାରତ, ଘିଅ ଢାଳୁଛନ୍ତି ବିରୋଧୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦ ଛାଡି ଦେଶ ତ୍ୟାଗ କରିବାର ୩ ଦିନ ବିତିଯାଇଥିଲେ ବି ଶାନ୍ତ ହଉନି ବାଂଲାଦେଶ । ଦେଖିବାକୁ ଗଲେ ସ୍ଥିତି ଆହୁରି ବିଗିଡି ବିଗିଡି ଯାଉଛି । ଆଉ ପ୍ରବାସୀ ଭାରତୀୟଙ୍କ କଥା ତ ନକହିବା ଭଲ । ହସିନା ଦେଶ ଛାଡିବା ପରେ ଭାରତୀୟଙ୍କ ପ୍ରତି ହିଂସ୍ର ହୋଇଉଠିଛନ୍ତି ବାଂଲାଦେଶୀ । ଅନ୍ୟପକ୍ଷରେ ଭାରତରେ ସୁରକ୍ଷା କଡା କଡି କରାଯାଇଥିଲେ ମଧ୍ୟ ଏବେ ଭାରତ ମନରେ ପଶିଛି ଛନକା । ଗୋଟେ ପଟେ ହସିନାଙ୍କୁ ସମର୍ଥନ କରି ବାଂଲାଦେଶୀ ବିରୋଧୀଙ୍କ ଶତ୍ରୁ ହୋଇଥିଲା ଭାରତ, ଆଉ ଅପରପକ୍ଷରେ ହସିନାଙ୍କୁ ଶରଣ ଦେବା ପରେ କାଳେ ବିପଦକୁ ଆହ୍ବାନ କରିଥିବା ଅନେକ ମହଲରେ ଚର୍ଚ୍ଚା । ଏବେ ବାଂଲାଦେଶ ସ୍ଥିତି ଭାରତ ଉପରେ ମହଙ୍ଗା ପଡିବାରେ । କାରଣ ଏହାର ଫାଇଦା ଉଠାଇପାରନ୍ତି ଭାରତର ଶତ୍ରୁ ଦେଶ ଚୀନ ଓ ପାକିସ୍ତାନ ।

ଅପରପକ୍ଷରେ ଏନେଇ ଏବେ ମୋଦି ସରକାର ଚିନ୍ତିତ ଥିବା ବେଳେ ଏହାକୁ ନେଇ ନିଆଁରେ ଘିଅ ଢାଳିବା ପରି ବୟାନ ଦେଇଛନ୍ତି ବିରୋଧୀ । ମଧ୍ୟପ୍ରଦେଶର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ତଥା କଂଗ୍ରେସ ନେତା ସଜ୍ଜନ ସିଂହ ବର୍ମା ସିଧା ସିଧା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏନେଇ ସଜ୍ଜନ କହିଛନ୍ତି, ଭାରତରେ ମଧ୍ୟ ବାଂଲାଦେଶର ପରିସ୍ଥିତି ଉପୁଜିବାକୁ ଯାଉଛି । ଯେମିତି ହସିନାଙ୍କ ଆବାସରେ ଲୋକେ ପଶି ଉପଦ୍ରବ କଲେ ସେମିତି ମୋଦିଙ୍କ ଆବାସରେ ମଧ୍ୟ ସାଧାରଣ ଲୋକ ପଶିବେ । ଆଗରୁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ ଘରେ ପଶିଥିଲେ । ଏବେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଘରେ ପଶିଲେ ଲୋକେ । ଆଉ ଏବେ ମୋଦିଙ୍କ ପାଳି ଆସିବାକୁ ଯାଉଛି । କାରଣ ପ୍ରଧାନମନ୍ତ୍ରୀ ମୋଦି ଯେଉଁଭଳି ଭୁଲ୍ ନିଷ୍ପତ୍ତି ନେଉଛନ୍ତି ସେଥିରେ ଲୋକେ ଅସନ୍ତୁଷ୍ଟ ଅଛନ୍ତି । ଦିନେ ମୋଦିଙ୍କ ଘରେ ପଶି ବି ଲୋକେ ତାକୁ କବଜା କରିନେବେ । ତେବେ ସଜ୍ଜନଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖାଲି ସେତିକି ନୁହେଁ ଅପରପକ୍ଷରେ ଏନେଇ କଂଗ୍ରେସ ନେତା ସଲମାନ ଖୁର୍ସିଦ୍ ମଧ୍ୟ ସମାନ କଥା କହିଛନ୍ତି । ଯାହା ବାଂଲାଦେଶରେ ଘଟୁଛି ତାହା ଭାରତରେ ବି ଆଗକୁ ଘଟିପାରେ ବୋଲି ଦାବି କରିଛନ୍ତି । ଏନେଇ ଖୁର୍ସିଦ୍ କହିଛନ୍ତି, ସବୁ କିଛି ବାହାରୁ ଭଲ ଦେଖାଯାଉଛି, ହେଲେ ଭିତିରି ବହୁତ କିଛି ଅଛି ବୋଲି କହି କାଶ୍ମୀରର ସ୍ଥିତି ନେଇ କହିଛନ୍ତି । ବାଂଲାଦେଶରେ ଯାହା ଘଟୁଛି ତାହା ଏଠାରେ ବି ହୋଇପାରେ । ଆମ ଦେଶରେ ଏହାର ପ୍ରଚାର, ସେଭଳି ସ୍ଥିତିକୁ ରୋକୁଛି । ଯେମିତି ବାଂଲାଦେଶରେ ଏଭଳି ସ୍ଥିତି ଉପୁଜିଲା । ଯାହା ବାଂଲାଦେଶରେ ଘଟୁଛି ତାହା ନିହାତି ଭାବରେ ଭୟାନକ । ଏହା ଭାରତରେ ବି ଘଟିପାରେ ବୋଲି କହିଛନ୍ତି ଖୁର୍ସିଦ୍ ।

ଯାହାକୁ ଦୃଢ ନିନ୍ଦା କରିଛି ବିଜେପି । ପିଡବ୍ଲ୍ୟୁଡି ମନ୍ତ୍ରୀ ରାକେଶ ସିଂ କହିଛନ୍ତି ଯେ ଏହା ଏକ ଦୁର୍ଭାଗ୍ୟଜନକ ମନ୍ତବ୍ୟ । କଂଗ୍ରେସର ଜାତୀୟ ସଭାପତି କ୍ଷମା ମାଗିବା ଉଚିତ୍। ବିଜେପିର ବିରୋଧୀମାନେ ଏବେ ଦେଶ ବିରୋଧୀ ଦଳରେ ପରିଣତ ହୋଇଯାଇଛନ୍ତି। ସେହିପରି ମଧ୍ୟପ୍ରଦେଶର ମନ୍ତ୍ରୀ କହିଛନ୍ତି, ଏହା ହେଉଛି କଂଗ୍ରେସର ସଂସ୍କାର। ଏଥିରେ କୌଣସି ସନ୍ଦେହ ନାହିଁ। ଯେତେବେଳେ ବି ଦେଶରେ ଦଙ୍ଗା ହୁଏ, ସେଥିରେ କଂଗ୍ରେସର ହାତ ରହିଥାଏ। ଅପରପକ୍ଷରେ ବିଜେପି ବିଧାୟକ ରାମେଶ୍ୱର ଶର୍ମା କହିଛନ୍ତି, କଂଗ୍ରେସର ନିଜ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଉପରେ କଣ୍ଟ୍ରୋଲ ନାହିଁ। କଂଗ୍ରେସ କହେ ଗୋଟେ ଓ କରେ ଗୋଟେ ।

Comments are closed.