Latest Odisha News

BREAKING NEWS

ଦୁର ହେଲା ଚିନ୍ତା, ଏଥର ବି ଦଶହରାରେ ବଙ୍ଗାଳୀଙ୍କ ହାଣ୍ଡିଶାଳରେ ବାସିବ ଇଲିଶି, କଟକଣା ଉଠାଇଲା ବାଂଲାଦେଶ

ନୂଆଦିଲ୍ଲୀ: ପୁଣି ଭାରତକୁ ଇଲିଶି ପଠାଇବ ବାଂଲାଦେଶ । ଇଲିଶି ରପ୍ତାନୀ ଉପରେ ଲଗାଇଥିବା କଟକଣାକୁ ଉଠାଇଲା ବାଂଲାଦେଶ। ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଲାଗିଥିବା କଟକଣା ଉଠାଇଛନ୍ତି ବାଂଲାଦେଶ ସରକାର । ଦୂର୍ଜାପୂଜା ଅବସରରେ ୩ହଜାର ମେଟ୍ରିକ ଟନ୍‌ ଇଲିଶି ମାଛ ରପ୍ତାନୀକୁ ମଞ୍ଜୁର ଦେଇଛନ୍ତି ବାଂଲାଦେଶ ସରକାର ।

ବଜାରରେ ଅଭାବି ବିକ୍ରି ସହିତ ଦର ଅଧିକ ଥିବାରୁ ବାଂଲାଦେଶ ଅନ୍ତରୀଣ ସରକାର ଇଲିଶି ରପ୍ତାନୀ ଉପରେ କଟକଣା ଲଗାଇଥିଲେ । ସ୍ଥାନୀୟ ଗ୍ରାହକଙ୍କୁ ପର୍ଯ୍ୟାପ୍ତ ଯୋଗାଣ ପାଇଁ ଇଲିଶି ମାଛ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏବେ ସେହି କଟକଣାକୁ ଉଠାଇଛନ୍ତି ବାଂଲାଦେଶ ସରକାର । ତେବେ ସବୁ ଥର ପରି ଏଥର ମଧ୍ୟ ବଙ୍ଗାଳୀମାନଙ୍କ ହାଣ୍ଡିଶାଳରେ ବାସିବ ଇଲିଶି ମାଛ ।

ସାଧାରଣତଃ ପାର୍ବଣ ଋତୁରେ ପଶ୍ଚିମବଙ୍ଗ ସମେତ ଦେଶର ଅନ୍ୟ ରାଜ୍ୟରେ ଏହି ବାଂଲାଦେଶୀ ଇଲିଶି ଖାଇବାକୁ ଲୋକେ ବେଶ୍‌ ପସନ୍ଦ କରିଥାନ୍ତି। ଦୁର୍ଗାପୂଜାରେ ବଙ୍ଗାଳୀମାନେ ସାଧାରଣତଃ ଖିଚିଡ଼ି ସହ ଇଲିଶି ଖାଇବାକୁ ପସନ୍ଦ କରିଥାନ୍ତି। ଗତବର୍ଷ ପାର୍ବଣ ଋତୁରେ ଭାରତ ବାଂଲାଦେଶରୁ ୪ ହଜାର ଟନ୍‌ ଇଲିଶି ଆମଦାନୀ କରିଥିଲା। ୨୦୨୩ରେ ମନ୍ତ୍ରଣାଳୟ ୭୯ କମ୍ପାନୀକୁ ଭାରତକୁ ୫୦ ଟନ୍‌ ଇଲିଶି ମାଛ ରପ୍ତାନୀ ପାଇଁ ଅନୁମତି ଦେଇଥିଲା। ବିଶ୍ବର ପ୍ରାୟ ୭୦ ପ୍ରତିଶତ ଇଲିଶି କେବଳ ଉତ୍ପାଦନ ହୋଇଥାଏ ବାଂଲାଦେଶରେ।

Leave A Reply

Your email address will not be published.