Latest Odisha News

କାନପୁର ଟେଷ୍ଟରେ ରୋମାଂଚ ଭରିଲା ଟିମ ଇଣ୍ଡିଆ

କାନପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଟିମ ଇଣ୍ଡିଆ ବିଜୟ ସୁଯୋଗ ସୃଷ୍ଟି କରି ରୋମାଂଚ ଭରିଛି । ପ୍ରଥମ ଦିନ ୩୫ ଓଭର ଖେଳାଯିବା ସମ୍ଭବପର ହେବା ପରେ ବାକି ୨ ଦିନ ବର୍ଷା ଯୋଗୁ ମ୍ୟାଚ ଖେଳା ଯାଇପାରି ନ ଥିଲା । ଚତୁର୍ଥ ଦିନ ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ଟିମ ଇଣ୍ଡିଆ ସମ୍ପୂର୍ଣ୍ଣ ଟି୨୦ ଶୈଳୀରେ ବ୍ୟାଟିଂ କରି ୩୪.୪ ଓଭରରେ ୮ ୱିକେଟ ହରାଇ ୨୮୫ ରନ ସଂଗ୍ରହ କରିବା ପରେ ଇନିଂସ ଘୋଷଣା କରିଥିଲା । ଯଶସ୍ୱୀ ଜୈସୱାଲ ୫୧ ବଲରୁ ୭୨, ରୋହିତ ଶର୍ମା ୧୧ ବଲରୁ ୨୩, ଶୁଭମନ ଗିଲ ୩୬ ବଲରୁ ୩୯, ବିରାଟ କୋହଲି ୩୫ ବଲରୁ ୪୭ ଓ କେଏଲ ରାହୁଲ ୪୩ ବଲଣୁ ୬୮ ରନ ସଂଗ୍ରହ କରିଥିଲେ ।

ଭାରତ ଟେଷ୍ଟ କ୍ରିକେଟରେ ଦ୍ରୁତ ୫୦, ୧୦୦, ୧୫୦ ଓ ୨୦୦ ରନ ହାସଲରେ ବିଶ୍ୱରେକର୍ଡ କରିଛି । ବାଂଲାଦେଶ ପକ୍ଷରୁ ଶାକିବ ଉଲ ହାସନ ୪ଟି ଓ ମେହେନ୍ଦି ହାସନ ମିରାଜ ୩ଟି ୱିକେଟ ନେଇଥିଲେ । ୪ର୍ଥ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ବାଂଲାଦେଶ ୨ ୱିକେଟ ହରାଇ ୨୬ ରନ କରିବା ସହ ଭାରତ ସ୍କୋରଠାରୁ ୨୬ ରନ ପଛରେ ରହିଛି । ରବିଚନ୍ଦ୍ରନ ଅଶ୍ୱୀନ ୨ଟି ଯାକ ୱିକେଟ ହାସଲ କରିଥିଲେ । ଅନ୍ତିମ ଦିବସରେ ବାଂଲାଦେଶକୁ ଅଲଆଉଟ କରି ଭାରତ ଆବଶ୍ୟକ ଟାର୍ଗେଟ ହାସଲ କରିବାକୁ ଚାହିଁବ । ଏହି ଅବସରରେ କୋହଲି ୨୭୦୦୦ ଆନ୍ତର୍ଜାତୀୟ ରନ ସଂଗ୍ରହ କରିଛନ୍ତି ।

Leave A Reply

Your email address will not be published.