Latest Odisha News

BREAKING NEWS

ଆଇସିସିର ନିଷ୍ପତି ମାନିନେଲା ବିସିବି, ଆଉ କରିବନି ଆବେଦନ

ଢ଼ାକା: ବାଂଲାଦେଶ କ୍ରିକେଟ ବୋର୍ଡ ଆଗାମୀ ଟି୨୦ ବିଶ୍ୱକପରୁ ବାଦ ପଡିଛି । ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ସାମିଲ କରାଯାଇଛି । ଆଇସିସିର ଏହି ନିଷ୍ପତିକୁ ଏବେ ବିସିବି ମାନିନେଇଛି । ଟି୨୦ ବିଶ୍ୱକପରୁ ବାହାର ହେବା ପରେ ଆଇସିସି ବିରୋଧରେ କୌଣସି ପ୍ରକାରର ଚ୍ୟାଲେଞ୍ଜ ଦେବ ନାହିଁ ବୋଲି ଜଣାପଡିଛି । ପୂର୍ବରୁ ଆଇସିସିର ବିବାଦ ସମାଧାନ କମିଟି ନିକରେ ବାଂଲାଦେଶ ଆବେଦନ କରିବ ବୋଲି ଖବର ପ୍ରକାଶ ପାଇଥିଲା । ଏବେ ବିସିବି ମିଡିଆ କମିଟି ଚେୟାରମ୍ୟାନ ଅମଜାଦ ହୁସେନ କହିଛନ୍ତି ଆମେ ଆଇସିସିର ନିଷ୍ପତି ମାନିନେଇଛୁ ।

ଟି୨୦ ବିଶ୍ୱକପ ଖେଳିବା ପାଇଁ ଭାରତ ଯାଇ ପାରିବନି ବୋଲି ବାଂଲାଦେଶ ପକ୍ଷରୁ କୁହାଯାଇଥିଲା । ଆଇସିସି କାର୍ଯ୍ୟସୂଚୀରେ କୌଣସି ପରିବର୍ତନ କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲା । ଶେଷରେ ବାଂଲାଦେଶ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ରାଜି ନ ହେବାରୁ ସ୍କଟଲାଣ୍ଡକୁ ସାମିଲ କରାଯାଇଛି । ତେବେ ଆଇସିସିକୁ ବାଂଲାଦେଶ ଆଉ ବିରକ୍ତ କରାଇବାକୁ ଚାହୁଁ ନାହିଁ । ଅନ୍ୟଥା ବାସନ୍ଦ ହେବା ଆଶଙ୍କା ମଧ୍ୟ ରହିଛି । ବାଂଲାଦେଶ ସପକ୍ଷରେ ଯୁକ୍ତି ବାଢ଼ୁଥିବା ପାକିସ୍ତାନ ବୋର୍ଡ ଏବେ ବିଶ୍ୱକପ ପାଇଁ ଦଳ ଚୟନ କରିଛି ।

Leave A Reply

Your email address will not be published.