Latest Odisha News

ଶକୀବଙ୍କ ପରେ ମହମ୍ମୁଦାଲ୍ଲା ଆନ୍ତର୍ଜାତୀୟ ଟି୨୦ରୁ ନେଲେ ଅବସର

ଢ଼ାକା: ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ ପୂର୍ବରୁ ବାଂଲାଦେଶ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ ମହମ୍ମୁଦାଲ୍ଲା ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ଭାରତ ବିପକ୍ଷ ସିରିଜ ତାଙ୍କ କ୍ୟାରିୟରର ଶେଷ ଆନ୍ତର୍ଜାତୀୟ ଟି୨୦ ମୁକାବିଲା ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ୩୮ ବର୍ଷୀୟ ଏହି ଅଭିଜ୍ଞ ଖେଳାଳି ୧୭ ବର୍ଷ ହେବ ବାଂଲାଦେଶ ଟିମ ସହିତ ଜଡିତ ଥିଲେ । ଏହା ପୂର୍ବରୁ ସିନିୟର ଅଲରାଉଣ୍ଡର ଶକୀବ ଉଲ ହାସନ ମଧ୍ୟ ଅବସର ଘୋଷଣା କରିଥିଲେ । ମହମ୍ମୁଦାଲ୍ଲା ୨୦୦୭ରେ କେନିୟା ବିପକ୍ଷରେ ଆନ୍ତର୍ଜାତୀୟ ଟି୨୦ କ୍ୟାରିୟର ଆରମ୍ଭ କରିଥିଲେ ।

ସେ ୧୩୯ ଟି୨୦ ମ୍ୟାଚ ଖେଳି ୧୧୭.୭୪ ଷ୍ଟ୍ରାଇକ ରେଟରେ ୨୩୯୫ ରନ ସଂଗ୍ରହ କରିଥିଲେ । ଏଥିରେ ୪୦ ୱିକେଟ ମଧ୍ୟ ସାମିଲ । ଶାକିବ ଓ ସୀନ ୱିଲିୟମ୍ସଙ୍କ ପରେ ସେ ତୃତୀୟ ଖେଳାଳି ଭାବେ ସର୍ବାଧିକ ଟି୨୦ ମ୍ୟାଚ ଖେଳିବା ପରେ ଅବସର ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ବାଂଲାଦେଶ ୦-୧ରେ ପଛୁଆ ରହିଛି ।

Leave A Reply

Your email address will not be published.