Latest Odisha News

BREAKING NEWS

ଅକ୍ଟୋବରରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ…

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ମାସରେ ବହୁ ପର୍ବପର୍ବାଣୀ ଯୋଗୁଁ ବ୍ୟାଙ୍କଗୁଡ଼ିକ କିଛି ଦିନ ପାଇଁ ବନ୍ଦ ରହିବ। ଦଶହରା, ଗାନ୍ଧୀ ଜୟନ୍ତୀ, ଦୀପାବଳି ଏବଂ ଛଟ ପୂଜା ଭଳି ଦିନ ମାନଙ୍କରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବା ନେଇ ଜଣାପଡ଼ିଛି।

ତେଣୁ ବ୍ୟବସାୟୀ, ଛୋଟ ଏବଂ ବଡ଼ ବେପାରୀ ଏବଂ ପ୍ରତିଦିନ ଟଙ୍କା ନେଣଦେଣ କରୁଥିବା ଗ୍ରାହକମାନେ କୌଣସି  ଅସୁବିଧାକୁ ଏଡାଇବା ପାଇଁ ଛୁଟି ପୂର୍ବରୁ ବ୍ୟାଙ୍କିଂ କାରବାର ସମାପ୍ତ କରିବାକୁ କୁହାଯାଇଛି।

ତେବେ ଛୁଟି ସମୟରେ ଡିଜିଟାଲ୍ କାରବାର ଅର୍ଥାତ୍ ATM ଏବଂ UPI ସମେତ ଅନଲାଇନ୍ ବ୍ୟାଙ୍କିଂ ସେବାଗୁଡ଼ିକ ଜାରି ରହିବ। ସାଧାରଣତଃ ରବିବାର ଦିନ ସମସ୍ତ ବ୍ୟାଙ୍କ ବନ୍ଦ ରହିଥାଏ ଓ ପ୍ରତି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ମଧ୍ୟ ବ୍ୟାଙ୍କଗୁଡ଼ିକ ବନ୍ଦ ରହିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଦିନ ବ୍ୟାଙ୍କ୍ ଗୁଡ଼ିକ ବନ୍ଦ ରହିବ।

ଅକ୍ଟୋବର ୧ରେ, ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ତ୍ରିପୁରା, କର୍ଣ୍ଣାଟକ, ଓଡ଼ିଶା, ତାମିଲନାଡୁ, ସିକିମ, ଆସାମ, ଅରୁଣାଚଳ ପ୍ରଦେଶ, କେରଳ, ନାଗାଲାଣ୍ଡ ଏବଂ ମେଘାଳୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ଓ ୨  ଅକ୍ଟୋବର ରେ ମହାତ୍ମା ଗାନ୍ଧୀ ଜୟନ୍ତୀ ଏବଂ ଦଶହରାର ଅବସରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।ଏହି ଦିନ  ବ୍ୟାଙ୍କଗୁଡ଼ିକରେ ଜାତୀୟ ଛୁଟି ପାଳନ କରାଯିବ।

୨୨ ଅକ୍ଟୋବରରେ ଦୀପାବଳି, ବିକ୍ରମ ସମ୍ବତ୍ ନବବର୍ଷ, ଗୋବର୍ଦ୍ଧନ ପୂଜା, ବାଲିପଦ୍ୟମୀ ଏବଂ ଲକ୍ଷ୍ମୀ ପୂଜା (ଦୀପାବଳି) ହେତୁ ବିହାର, ଉତ୍ତର ପ୍ରଦେଶ, ଗୁଜୁରାଟ, ସିକିମ ଏବଂ ରାଜସ୍ଥାନରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ୨୩ ଅକ୍ଟୋବରରେ ଭାଇଦୁଜ, ଚିତ୍ରଗୁପ୍ତ ଜୟନ୍ତୀ ଏବଂ ଭାତୃ ଦ୍ୱିତୀୟା ହେତୁ ବିହାର, ଉତ୍ତର ପ୍ରଦେଶ, ଗୁଜୁରାଟ, ସିକିମ, ମଣିପୁର, ପଶ୍ଚିମବଙ୍ଗ ଏବଂ ହିମାଚଳ ପ୍ରଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ସେହିପରି ୨୭ ଅକ୍ଟୋବରରେ ଛଟ ପୂଜାର ସନ୍ଧ୍ୟା ଅର୍ଘ୍ୟ ପୂଜା ଯୋଗୁଁ ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବା ସହ ୨୮ ଅକ୍ଟୋବର ଛଟ ପୂଜାର ସକାଳ ଅର୍ଘ୍ୟ ପୂଜା ହେତୁ ବିହାର ଏବଂ ଝାଡ଼ଖଣ୍ଡରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

Comments are closed.