Latest Odisha News

BREAKING NEWS

ମେ’ ରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ୍, ଜାଣନ୍ତୁ…

ନୂଆଦିଲ୍ଲୀ: ମେ ମାସ ଆରମ୍ଭ ହେବାକୁ ଯାଉଛି। ତେଣୁ ଯଦି ଆପଣଙ୍କର ଏହି ମାସରେ ବ୍ୟାଙ୍କିଂ ସମ୍ବନ୍ଧୀୟ କୌଣସି କାମ ଅଛି ତେବେ ସବୁ କାମ ଆଗୁଆ ସାରି ଦିଅନ୍ତୁ।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଛୁଟି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏହା ଅନୁଯାୟୀ ମେ ମାସରେ ୩୧ ଦିନ ମଧ୍ୟରୁ ୧୨ ଦିନ ବ୍ୟାଙ୍କ ଛୁଟି ରହିବ। ଏଥିରେ ସାପ୍ତାହିକ ଛୁଟି, ପର୍ବପର୍ବାଣୀ ଏବଂ ଜୟନ୍ତୀ ଦିବସ ଅନ୍ତର୍ଭୁକ୍ତ। ବ୍ୟାଙ୍କ ଛୁଟିର ତାଲିକା ଦେଖନ୍ତୁ:

ମେ ୧ (ଶୁକ୍ରବାର) ଶ୍ରମିକ ଦିବସ ପାଇଁ ଛୁଟି।

ମେ ୩ (ରବିବାର) ଏକ ସାପ୍ତାହିକ ଛୁଟି।

ମେ ୭ (ଗୁରୁବାର) ବୁଦ୍ଧ ପୂର୍ଣ୍ଣିମା ପାଇଁ ଛୁଟି।

ମେ ୯ (ଶନିବାର) ମାସର ଦ୍ୱିତୀୟ ଶନିବାର ଉଛୁଟି

ମେ ୧୦ (ରବିବାର) ଏକ ସାପ୍ତାହିକ ଛୁଟି।

ମେ ୧୭ (ରବିବାର) ଏକ ସାପ୍ତାହିକ ଛୁଟି।

ମେ ୨୩ (ଶନିବାର) ହେଉଛି ଚତୁର୍ଥ ଶନିବାର ଛୁଟି।

୨୪ ମେ (ରବିବାର) ଏକ ସାପ୍ତାହିକ ଛୁଟି

ମହାରାଣା ପ୍ରତାପ ଜୟନ୍ତୀ ୨୫ ମେ (ସୋମବାର) ଦିନ ଛୁଟି। ଯଦିଓ ଏହି ଛୁଟି କେବଳ କିଛି ରାଜ୍ୟରେ ପାଳନ କରାଯିବ।

୩୧ ମେ (ରବିବାର) ଏକ ସାପ୍ତାହିକ ଛୁଟି

ତେବେ କିଛି ଛୁଟି ବ୍ୟତୀତ ଅନେକ ରାଜ୍ୟରେ ପର୍ବପର୍ବାଣି ଛୁଟି ଭିନ୍ନ ହୋଇପାରେ।

Comments are closed.