ମଥୁରା: ମଥୁରା-ବୃନ୍ଦାବନ ସ୍ଥିତ ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରରେ ଲାଗୁ ହୋଇଛି ଡ୍ରେସ୍ କୋର୍ଡ’। ନିୟମ ନ ମାନିଲେ ମିଳିବନି ଏଣ୍ଟ୍ରି।
ସୂଚନାନୁସାରେ, ନୂଆବର୍ଷରେ ବହୁ ସଂଖ୍ୟାରେ ଆସୁଥିବା ଭକ୍ତମାନଙ୍କୁ ମନ୍ଦିରରେ ଦର୍ଶନ ପାଇଁ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିବାକୁ ବାଙ୍କେ ବିହାରୀ ମନ୍ଦିର ପ୍ରଶାସନ ନିବେଦନ କରିଛି।
ବାଙ୍କେ ବିହାରୀ ମନ୍ଦିର ପରିଚାଳକ ମୁନିଶ ଶର୍ମା ଏବଂ ଉମେଶ ସରସ୍ୱତ କହିଛନ୍ତି ଯେ ଏହି ପରିପ୍ରେକ୍ଷୀରେ ମନ୍ଦିରକୁ ଯାଉଥିବା ସମସ୍ତ ମାର୍ଗରେ ବଡ ବ୍ୟାନର ଲଗାଯାଇ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିରକୁ ଆସିବା ପାଇଁ ସଚେତନ କରାଯାଉଛି। ଅନେକ ଥର ଭକ୍ତମାନେ ପର୍ଯ୍ୟଟକଙ୍କ ପରି ଜିନ୍ସ ଏବଂ ଟି-ସାର୍ଟ ପରି ପୋଷାକ ପିନ୍ଧି ଆସନ୍ତି। ଯାହା ମନ୍ଦିରର ଗରିମା ଏବଂ ଆମର ସାଂସ୍କୃତିକ ସମ୍ମାନ ସହ ଅନୁକୂଳ ନୁହେଁ।
ମନ୍ଦିର ପରିଚାଳକ ଆହୁରି ମଧ୍ଯ କହିଛନ୍ତି ଯେ ଦେଶ ତଥା ବିଶ୍ବର ବିଭିନ୍ନ ସ୍ଥାନରୁ ଆସୁଥିବା ଭକ୍ତମାନେ ଛୋଟ ପୋଷାକ, ହାଫ୍ ପ୍ୟାଣ୍ଟ, ବରମୁଣ୍ଡା, ମିନି ସ୍କର୍ଟ, ନାଇଟ୍ ସୁଟ୍, କଟା କିମ୍ବା ଚିରା ଜିନ୍ସ, ଚମଡ଼ା ବେଲ୍ଟ ଏବଂ ଅନ୍ୟ ଅଶାଳୀନ ପୋଷାକ ପିନ୍ଧି ନ ଆସିବାକୁ ନିବେଦନ କରାଯାଇଛି।