ମୁମ୍ବାଇ: ଜୁଲାଇ ମାସରେ ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଦ୍ଵାରା ଜାରି ଛୁଟି ତାଲିକାରେ ବିଭିନ୍ନ ଧାର୍ମିକ ଉତ୍ସବ ପାଇଁ ୯ଟି ଛୁଟି ଦିନ ରହିଛି। ଅବଶ୍ୟ ଏଗୁଡ଼ିକ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ରହିଛି। କିନ୍ତୁ ସମୁଦାୟ ଛୁଟିକୁ ହିସାବ କଲେ ୧୫ ଦିନ ରହୁଛି। ଚଳିତ ମାସ ୪ଟି ରବିବାର ଓ ଦ୍ଵିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ୬ ଦିନ ସାପ୍ତାହିକ ଛୁଟି ରହୁଛି। ୧୨ ତାରିଖରେ ରଥଯାତ୍ରା ପାଇଁ ଓଡ଼ିଶା ଓ ମଣିପୁରରେ ଛୁଟି ରହୁଥିବା ବେଳେ, କଙ୍ଗ ପାଇଁ ରାଜସ୍ଥାନରେ ଛୁଟି ରହୁଛି।୧୩ ଜୁଲାଇରେ ଭାନୁ ଜୟନ୍ତୀ ଓ ୧୪ ଜୁଲାଇରେ ଏକ ସ୍ଥାନୀୟ ପର୍ବ ପାଇଁ ସିକିମରେ ଛୁଟି ରହୁଛି। ୧୪ ଜୁଲାଇରେ ହରେଲା ପୂଜା ପାଇଁ ଉତ୍ତରାଖଣ୍ଡରେ ଛୁଟି ରହୁଛି। ୧୭ ଜୁଲାଇରେ ମେଘାଳୟର ମହାନ ସ୍ଵାଧୀନତା ସଂଗ୍ରାମୀ ଟ୍ରିଅଟ ସିଂହଙ୍କ ସ୍ମାରକୀ ଦିବସ ଓ ଖରାଚିପ ପୂଜା ପାଇଁ ମେଘାଳୟ ଓ ତ୍ରିପୁରାରେ ଛୁଟି ଦିନ ରହିଛି। ସେହିଭଳି ୧୯ ତାରିଖରେ ଗୁରୁ ରିମ୍ପୋଚେ ଥଙ୍ଗକାର ତେସୁଙ୍କ ଜନ୍ନଦିବସ ପାଇଁ ମେଘାଳୟରେ ଛୁଟି ରହୁଛି। ୧୯ ଓ ୨୦ରେ ବକ୍ରି ଇଦ୍ ଓ ଇଦ୍ ଅଲ ଆଧା ପାଇଁ ବ୍ୟାଙ୍କ ଛୁଟି ରହୁଛି। ୩୧ ଜୁଲାଇରେ କେର୍ ପୂଜା ପାଇଁ ତ୍ରିପୁରାରେ ବ୍ୟାଙ୍କ ଛୁଟି ରହୁଛି। ବକ୍ରି ଇଦ୍ ଓ ଇଦ୍ ଅଲ୍ ଆଧା ପାଇଁ ଦେଶର ଅଧିକ ରାଜ୍ୟରେ ଛୁଟି ଦନ ରହୁଛି।
BREAKING NEWS
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
Comments are closed.