Latest Odisha News

ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାରସିପ୍ ୨୦୨୪ ପାଇଁ ଆବେଦନ ଗ୍ରହଣ

ଭୁବନେଶ୍ୱର: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍ ଲିମିଟେଡ଼ (ଇମ୍ଫା)ର ସାମାଜିକ କଲ୍ୟାଣ ବିଭାଗ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌) ପକ୍ଷରୁ ଉଚ୍ଚ ଶିକ୍ଷା ପାଇଁ ଉଦ୍ଦିଷ୍ଟ ମର୍ଯ୍ୟାଦାଜନକ ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାରସିପ୍ (ପିଜିଡିଏସ୍‌)ର ୨୦ତମ ସଂସ୍କରଣ ନିମନ୍ତେ ଆବେଦନ ଗ୍ରହଣ କରାଯାଉଛି।

ଓଡ଼ିଶାର ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ସଶକ୍ତ କରିବା ଲକ୍ଷ୍ୟରେ ଏହି ସ୍କୋଲାରସିପ୍ ପ୍ରଦାନ କରାଯାଉଛି। ପ୍ରତି ବର୍ଷ ଇଞ୍ଜିନିୟରିଂ, ମେଡ଼ିସିନ୍‌, ଷ୍ଟେମ୍ ଓ ଲିବରାଲ ଆଟ୍ସର୍ ବିଭାଗରେ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ୬ ଜଣ ଅସାଧାରଣ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଶିକ୍ଷାରେ ଆର୍ଥିକ ସହାୟତାସ୍ୱରୁପ ଏହି ସ୍କୋଲାରସିପ୍ ପ୍ରଦାନ କରାଯାଇଥାଏ।

ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାରସିପ୍ ଅନ୍ତର୍ଗତ ଏକାଡେମିକ୍ ଫିର ୯୦ ପ୍ରତିଶତ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତ୍ୟେକ ସ୍କୋଲାରସିପ୍ ହାସଲକାରୀ ଛାତ୍ରଛାତ୍ରୀମାନଙ୍କୁ ୬ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ। ଏହା ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କୁ ୪ ବର୍ଷିଆ ପେସାଦାର ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବାରେ ସହାୟତା କରିଥାଏ। ଏହାସହିତ ବିଆଇପିଏଫ୍‌ର ସ୍ୱତନ୍ତ୍ର ମେଂଟରସିପ୍ କାର୍ଯ୍ୟକ୍ରମ ‘ଉତ୍ସାହ” ମାଧ୍ୟମରେ ଏହି ଛାତ୍ରଛାତ୍ରୀମାନେ ଇମ୍ଫା କର୍ମଚାରୀ ମାନଙ୍କଠାରୁ ଶିକ୍ଷା ଓ କ୍ୟାରିୟର ସମ୍ପର୍କିତ ମାର୍ଗଦର୍ଶନର ଲାଭ ମଧ୍ୟ ନେଇପାରିବେ।

୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ନଭେମ୍ବର ୧୫, ୨୦୨୪ରେ ଏହା ଶେଷ ହେବ। ଓଡ଼ିଶାର ବାସିନ୍ଦା ହୋଇଥିବା ଓ ଯୋଗ୍ୟତା ମାନଦଣ୍ଡ (୮ ଲକ୍ଷରୁ କମ୍ ବାର୍ଷିକ ପରିବାର ଆୟ) ପୁରଣ କରୁଥିବା ଆଗ୍ରହୀ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍ www.bipf.org.in ମାଧ୍ୟମରେ ଏହି ସ୍କୋଲାରସିପ୍ ନିମନ୍ତେ ଆବେଦନ କରିପାରିବେ।

ଏହି ଅବସରରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ର ପ୍ରତିଷ୍ଠାତା ତଥା ଟ୍ରଷ୍ଟି ଶୈଫାଳିକା ପଣ୍ଡା କହିଛନ୍ତି ଯେ, “ଆଗାମୀ ପିଢିକୁ ସଶକ୍ତ କରିବାରେ ଶିକ୍ଷାର ପ୍ରମୁଖ ଭୂମିକା ରହିଛି।

ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାରସିପ୍ ମାଧ୍ୟମରେ ଆମେ ଆର୍ଥିକ ପୃଷ୍ଠଭୂମି ଯେପରି ଶିକ୍ଷାରେ ବାଧକ ନସାଜୁ ଏହାକୁ ସୁନିଶ୍ଚିତ କରି ଓଡ଼ିଶାର ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ହାସଲରେ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ ସମ୍ପ୍ରଦାୟରେ ଏକ ସକାରତ୍ମକ ପ୍ରଭାବ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ।

ସ୍ୱର୍ଗତ ପ୍ରଫେସର ଘନଶ୍ୟାମ ଦାଶ ଙ୍କୁ ସମ୍ମାନ ଜଣାଇ ୨୦୦୫ ମସିହାରେ ପିଜିଡିଏସ୍ ଆରମ୍ଭ କରାଯାଇଥିଲା। ଅଧିକ ବିବରଣୀ ଓ ଏଥିନିମନ୍ତେ ଆବେଦନ କରିବା ପାଇଁ ଆପଣ  www.bipf.org.in. ରେ ଲଗ୍ ଇନ୍ କରିପାରିବେ ।

Leave A Reply

Your email address will not be published.