Latest Odisha News

BREAKING NEWS

ବାପାଙ୍କୁ ହରାଇବା ଦୁଃଖ କରିଦେଲା ଅକାମି: ରୋଗ ଶଯ୍ୟାରେ ଛଟପଟ ହେଉଛି ପୁଅ  

ଯାଜପୁର: ଦଇବ ସାଜିଛି ଦାଉ । ଜୀବନ ପାଲଟିଛି ଜନ୍ତ୍ରଣା । ରୋଗ ଯନ୍ତ୍ରଣାରେ ଛଟପଟ ବିଛଣାରେ ପଡି ଛଳଛଳ ଆଖିରେ ଚାହିଁ ରହିଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କୃଷ୍ଣନଗର ଗାଁର ୩୦ ବର୍ଷୀୟ ଯୁବ ଇଂଜିନିୟର ପ୍ରତ୍ୟୁଷ କୁମାର ସାହୁ । ଆଉ ଏକମାତ୍ର ପୁଅର ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡିଛନ୍ତି ମା ରଞ୍ଜିତା ସାହୁ ।

ଦିନଥିଲା ହସଖୁସିରେ ଫାଟି ପଡୁଥିଲା ଏହି ପରିବାର । ରଞ୍ଜିତାଙ୍କ ସ୍ୱାମୀ ଏକ ତେଜରାତି ଦୋକାନ କରିଥିଲେ । ଆଉ ପୁଅ ପ୍ରତ୍ୟୁଷ ମଧ୍ୟ ଇଂଜିନିୟରିଂ ପଡା ଶେଷ କରିଥିଲେ । ହେଲେ ହଠାତ ଏହି ପରିବାର ଉପରେ ମାଡି ଆସିଲା ବିପତି ।

ସୂଚନାନୁସାରେ, ଗତ ୬ ବର୍ଷ ତଳେ କିଡନି ଜନିତ ରୋଗରେ ଆକ୍ରାନ୍ତ ହୋଇ ଆର ପାରିକୁ ଚାଲିଗଲେ ଗୋପାଳ । ଏହାପରେ ବାପାଙ୍କ ମୃତ୍ୟୁକୁ ସହ୍ୟ କରି ନପାରି ପୁଅ ପ୍ରତ୍ୟୁଷ ମଧ୍ୟ ରୋଗାକ୍ରାନ୍ତ ହୋଇପଡିଲେ । ବ୍ରେନ୍‌ଷ୍ଟ୍ରୋକ ଓ ପକ୍ଷ୍ୟାଘାତ ଜନିତ ରୋଗ ସର୍ମ୍ପୁଣ ଅଚଳ କରିଦେଇଛି ତାଙ୍କୁ । ବିଛଣାରୁ ଉଠିବାକୁ ଯୁ ପାଉନି । ୫ ବର୍ଷ ହେଲା ରୋଗ ସଜ୍ୟାରେ ପଡି ବଂଚିବାର ରାହା ଖୋଜୁଛନ୍ତି ସେ ।

ପ୍ରତ୍ୟୁଷ ଙ୍କ ଏପରି ଅବସ୍ଥା ଦେଖି ଭାଙ୍ଗି ପଡିଛନ୍ତି ତାଙ୍କ ମା । ଆଖିରୁ ସୁଖୁନି ଲୁହ ।

ଏଣେ ପରିବାରରେ ଅନ୍ୟକେହି ରୋଜଗାକ୍ଷମ ନଥିବାରୁ ଭାକିଲା ପେଟରେ ରୋଗର ଯନ୍ତ୍ରଣା । ଔଷଧ ଖାଇବାକୁ କାଣି କଉଡିଟିଏ ବି ପାଖରେ ନାହିଁ । ଏଭଳି ପରିସ୍ଥିତିରେ ଜୀବନ ମରଣର ଦୋଛକିରେ ଛଟପଟ ହେଉଛନ୍ତି ୨ ପ୍ରାଣୀ । ଓଳିଏ ଖାଇଲେ ଓଳିଏ ଉପାସ ।

ଏତିକିରେ ଅଟକି ରହିନି ପରିବାରର ଦୁଃଖ । ଏମାନଙ୍କର ରହିବାକୁ ଘର ଖଣ୍ଡେ ବି ନାହିଁ ।।ତେଣୁ ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି ମା ପୁଅ । ପ୍ରତ୍ୟୁଷ ୧୦୦ ପ୍ରତିଶତ ଶାରିରୀକ ଅକ୍ଷମ ଥିଲେ ବି ତାଙ୍କୁ କୌଣସି ଭତା ମିଳୁନାହିଁ । ସେହିପରି ତାଙ୍କ ମା ଙ୍କୁ ମଧ୍ୟ ବିଧବା ଭତା ମିଳୁନାଥିବା ଅଭିଯୋଗ ହେଉଛି।

ବର୍ତମାନ ପରିବାରର ରୋଜଗାର କହିଲେ ସରକାର ଦେଉଥିବା ୧୦ କେଜି ରାସନ ଚାଉଳ । ତେବେ ଏତେବଡ ଦୁନିଆରେ ରଞ୍ଜିତା ଙ୍କ ଦୁଃଖ ଶୁଣିବାକୁ ସତେଯେମିତି କେହି ନାହାନ୍ତି । ପ୍ରତ୍ୟୁଷଙ୍କ ଚିକିତ୍ସା ପାଇଁ ରଞ୍ଜିତା ବାରମ୍ବାର ସ୍ଥାନୀୟ ସରପଂଚ ଓ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏଁ କୌଣସି ସହାୟତା ମିଳିନାହିଁ । ତେଣୁ ତୁରନ୍ତ ଏହି ଅସହାୟ ପରିବାରକୁ ସରକାର ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.