ନୂଆଦିଲ୍ଳୀ: ନିକଟରେ ସାରା ଦେଶରେ ଗଣେଶ ଚତୁର୍ଥୀ ଧୂମ୍ଧାମ୍ରେ ପାଳନ କରାଯାଇଛି । ବିଭିନ୍ନ ରାସ୍ତାଘାଟଠାରୁ ଆରମ୍ଭ କରି ପୂଜାମଣ୍ଡପଗୁଡ଼ିକ ଆଲୋକମାଳାରେ ଝଲସୁଛି । ଆଖି ଝଲସିଲା ପରି ତୋରଣ ବି ନିର୍ମାଣ କରାଯାଇଛି । ବିଭିନ୍ନ ମଣ୍ଡପରେ ଗଣପତି ବପ୍ପା ଭିନ୍ନ ଭିନ୍ନ ରୂପରେ ପୂଜା ପାଇଛନ୍ତି । ହେଲେ ଏବେ ସୋସିଆଲ ମିଡ଼ିଆରେ ଗଣେଶଙ୍କ ଏକ ଫଟୋ ଭାଇରାଲ୍ ହେବାରେ ଲାଗିଛି , ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛିି । ଗଜାନନ ବିମାନ ଭିତରେ ୱିଣ୍ଡୋ ସିଟ୍ରେ ବସିଥିବାର ଏକ ଫଟୋରେ ଦେଖିବାକୁ ମିଳିଛି । ଫଟୋଟିକୁ ଇଣ୍ଡିଗୋ ଏୟାରଲାଇନ୍ ତା’ର ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ସେୟାର କରିଛି ।
ଇଣ୍ଡିଗୋ ଫଟୋ ପୋଷ୍ଟ୍ କରି କ୍ୟାପସନରେ ଲେଖାଯାଇଛି ଯେ, ‘ବପ୍ପା ଘରକୁ ଆସୁଛନ୍ତି’ । ଏମିତି କି ଗଣେଶଙ୍କ ସମ୍ମୁଖରେ ଅନେକ ପ୍ରକାରର ପ୍ରସାଦ ବି ରଖାଯାଇଛି । ସେଥିରୁ ଗୋଟିଏ ହାତରେ ଧରି ଗଜାନନ ଖାଉଥିବାର ନଜର ଆସିଛି । ଏହି ଫଟୋକୁ ଇଣ୍ଡିଗୋ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ତିଆରି କରିଥିବା ଜଣାଯାଇଛିି । ଏହି ଫଟୋକୁ ଦେଖିବା ପରେ ଅନେକ ଏହାକୁ ପସନ୍ଦ କରି୍ଥିବା ବେଳେ ଆଉ କିଛି ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ବ୍ୟବହାରାକାରୀ ଗଣେଶଙ୍କ ଏହି ସୁନ୍ଦର ଫଟୋକୁ ଦେଖି ଭାବପ୍ରବଣ ହୋଇ ପଡ଼ିଛନ୍ତି ।
Comments are closed.