Latest Odisha News

ନିର୍ବାଚନକୁ ନେଇ ସିରିୟସ୍ ନୁହେଁ କଂଗ୍ରେସ, ୨୪ରେ ସ୍ୱାଧୀନ ପ୍ରାର୍ଥୀ ହେବେ ମହମ୍ମଦ ମୋକିମ୍ !

ଭୁବନେଶ୍ୱର: ଦଳ ଭିତରେ ବିରୋଧ । ୨୦୨୪ରେ କଂଗ୍ରେସ ଟିକେଟ୍ ନ ମିଳିଲେ ସ୍ୱାଧୀନ ଭାବେ ଲଢ଼ିବେ ମହମ୍ମଦ ମୋକିମ୍ । ସନ୍ଦୀପଙ୍କ ସହ ଜବାବ ସୁଆଲ୍ କାର୍ଯ୍ୟକ୍ରମରେ ଭାଗ ନେଇ ବାରବାଟି-କଟକ ବିଧାୟକ ମୋକିମ୍ କହିଛନ୍ତି, ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଟାର୍ଗେଟ୍ କରାଯାଉଛି ।

BjdElectrycity

ତେବେ ମୋକିମଙ୍କୁ କିଏ ଟାର୍ଗେଟ୍ କରୁଛି ? ଦଳ ଭିତରୁ ବିରୋଧ ନା ଦଳ ବାହାରୁ କରାଯାଉଛି ଶାଣିତ ଆକ୍ରମଣ ? କଂଗ୍ରେସ ଛାଡ଼ିବାକୁ ମୋକିମଙ୍କୁ କରାଯାଉଛି କି ବାଧ୍ଯ ? ଏସବୁ ପ୍ରଶ୍ନର ଉତ୍ତରରେ ମୋକିମ କହିଛନ୍ତି, ଦଳ ଟିକେଟ୍ ନ ଦେଲେ ୨୦୨୪ରେ ସ୍ୱାଧୀନ ଭାବେ ଲଢ଼ିବି ।

ପଦ୍ମପୁର ପରାଜୟ ଉପରେ ମୋକିମ ମତ ରଖି କହିଛନ୍ତି, ଦଳ ଭିତରେ ଥିଲେ ମଧ୍ୟ ଦଳର ଭୁଲକୁ ସାମ୍ନାକୁ ଆଣିବା ଦରକାର । କଂଗ୍ରେସ ଦଳ ଉପନିର୍ବାଚନ ଓ ନିର୍ବାଚନ ପାଇଁ ଚିନ୍ତିତ ନାହିଁ । ଯଦି ଦଳ ସିରିୟସ୍ ହୋଇ ନିର୍ବାଚନ ଲଢ଼ିବ ତାହାଲେ ବିଜେଡିର ବିକଳ୍ପ କଂଗ୍ରେସ ହୋଇ ପାରିବ ବୋଲି କହିଛନ୍ତି ମହମ୍ମଦ ମୋକିମ୍ ।

ସେ ଆହୁରି କହିଛନ୍ତି, କିଛି ବରିଷ୍ଠ ନେତାଙ୍କ ପାଇଁ ନୂଆପିଢ଼ି କଂଗ୍ରେସ ଠାରୁ ଦୂରେଇ ଯାଉଛନ୍ତି । ସେଥିଲାଗି ବରିଷ୍ଠ ନେତା ଅବସର ନେଇଯିବା ଉଚିତ୍ । ସମୟ ଆସିଛି କିଛି ବରିଷ୍ଠ ନେତାଙ୍କୁ ସମ୍ମାନର ସହ ଅବସର ଦେଇ ନୂଆପିଢିଙ୍କୁ ଦାୟିତ୍ୱ ଦେବା ଆବଶ୍ୟକ ।

ତେବେ ମୋକିମ୍ କଂଗ୍ରେସ ସହ ରହିବେ ନା ଅନ୍ୟ ଦଳରେ ମିଶିବେ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଦଳ ମୋତେ ବ୍ୟବହାର କରିବାକୁ ଚାହୁଁ ନାହିଁ । ଦଳର ଶୀର୍ଷ ନେତୃତ୍ୱ କାହିଁକି ମୋତେ ଦାୟିତ୍ୱ ଦେଉ ନାହାଁନ୍ତି ସେମାନେ କହି ପାରିବେ । କିନ୍ତୁ ମୋତେ ନେଇ ଲୋକେ ଖୁସି ଅଛନ୍ତି, ମୁଁ ଲୋକଙ୍କ ସହ ରହିବି ବୋଲି କହିଛନ୍ତି ମହମ୍ମଦ ମୋକିମ୍ ।

Leave A Reply

Your email address will not be published.