Latest Odisha News

BREAKING NEWS

ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟେଣ୍ଟି : ଜୁନ୍ ୧ରୁ ଟିକେଟ ବିକ୍ରି

କଟକ: ବାରବାଟୀରେ ଭାରତ – ଦକ୍ଷିଣ ଆଫ୍ରିକା ଟି-ଟେଣ୍ଟି ମ୍ୟାଚ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ହେବ। ଉଭୟ ଅନଲାଇନ ଏବଂ ଅଫଲାଇନ ରେ ଟିକଟ ବିକ୍ରି ଉପଲବ୍ଧ ହେବ । ଜୁନ୍ ୧ରୁ ଅନଲାଇନ ଟିକେଟ ବୁକିଂ ହୋଇପାରିବ ଏବଂ ୯ ଓ ୧୦ ତାରିଖରେ ଅଫଲାଇନ ଟିକେଟ ବିକ୍ରି ହେବ । ଶୁକ୍ରବାର ମ୍ୟାଚ୍ ର ପ୍ରସ୍ତୁତି ସମୀକ୍ଷା ବୈଠକ ପରେ ଓଡ଼ିଶା କ୍ରିକେଟ ଆସୋସିଏସନ ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।

ସେପଟେ ଷ୍ଟାଡିୟମ ଗ୍ୟାଲେରୀ ର ଟିକେଟ ଦର ମଧ୍ୟ ବୃଦ୍ଧି ପାଇଛି । ଗ୍ୟାଲେରୀ- ୧, ୩ ଏବଂ ୫ର ଦର ୯୦୦ ଟଙ୍କା ହୋଇଛି । ଗ୍ୟାଲେରୀ- ୨, ୪ ର ଦର ୭୦୦ ଟଙ୍କା ଏବଂ ଗ୍ୟାଲେରୀ- ୭ର ଟିକେଟ ମୂଲ୍ୟ ୬୦୦ ଟଙ୍କା ସ୍ଥିର କରାଯାଇଛି ।

ସ୍ପେଶାଲ ଏନକ୍ଲୋଜର ୫ ହଜାର ଟଙ୍କା, ଏସି ବକ୍ସ- ୭ ହଜାର ଟଙ୍କା ନ୍ୟୁ ପାଭିଲିଅନ- ୮ ହଜାର ଟଙ୍କା ଓ କର୍ପୋରେଟ ବକ୍ସର ମୂଲ୍ୟ ୧୨ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଅନଲାଇନ ଟିକେଟ ପେଟିଏମ (PayTM) ରେ ଉପଲବ୍ଧ ହେବ ।

Leave A Reply

Your email address will not be published.