Latest Odisha News

BREAKING NEWS

ବାରବାଟୀ ଦିନିକିଆ: ଜାଣନ୍ତୁ, ରବିବାର ମ୍ୟାଚ୍ ଲାଗି କେଉଁଠି ହୋଇଛି ପାର୍କିଂ ବ୍ୟବସ୍ଥା

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ପରିପ୍ରେକ୍ଷୀରେ କମିଶନରେଟ୍ ପୋଲିସ ପକ୍ଷରୁଯାନବାହନ ଚଳାଚଳ ଉପରେ ସାମାନ୍ୟ କଟକଣା ତଥା ପାର୍କିଂ ବ୍ୟବସ୍ଥା ନେଇ ଶୁକ୍ରବାର ଦିନ ଗାଇଡଲାଇନ୍ ଜାରି କରାଯାଇଛି ।

କଟକରେ କାର୍ ପାର୍କିଂନେଇ କଟକ ଡିସିପି ଅଖିଳେଶ୍ୱର ସିଂହ ଗାଇଡଲାଇନ୍ ସୂଚନା ଦେଇଛନ୍ତି ।

କାର୍ ପାର୍କିଂ ନେଇ କ’ଣ ରହିଛି ବ୍ୟବସ୍ଥା…

  • ମାତାମଠ ଦେଇ ରିଂରୋଡ୍ ରେ ଆସୁଥିବା ଗାଡିଗୁଡିକ ବାଲିଯାତ୍ରା ପଡିଆରେ ପାର୍କିଂ ହେବ ।
  • ହାୱଡା ମୋଟର ଛକ ଓ ମଣିସାହୁ ଛକ ପଟୁ ଆସୁଥିବା ଗାଡିଗୁଡିକ ରିଂ ରୋଡରେ ଯାଇ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିବ ।
  • ଚହଟା ଛକରୁ ଆସୁଥିବା ଗାଡିଗୁଡିକ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିବ ।
  • କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ଛକ ପଟୁ ଆସୁଥିବା ଗାଡିକୁଡିକ ଆନନ୍ଦ ଭବନ ପଡିଆରେ ପାର୍କିଂ କରିବ ।
  • ଚଣ୍ଡି ଛକ ଓ କଳା ବିକାଶ କେନ୍ଦ୍ର ଦେଇ ଆସୁଥିବା ଗାଡିଗୁଡିକ ଦୟାଶ୍ରମ ସମ୍ମୁଖ ପଡିଆରେ ପାର୍କିଂ କରିବ ।
  • ଓସିଏ ପାର୍କିଂ ପାସ୍ ପାଇଥିବା ବ୍ୟକ୍ତିମାନଙ୍କର ଗାଡି ମଧୁସୂଦନ ଷ୍ଟାଚ୍ୟୁ କିମ୍ବା ନାରୀ ସେବା ସଦନ ଛକ ଦେଇ ଓସିଏ ପଡିଆରେ ପାର୍କିଂ କରିପାରିବ ।
  • ଜାଭିୟର୍ ପାସ୍ ପାଇଥିବା ବ୍ୟକ୍ତିମାନଙ୍କର ଗାଡି ଗେଟ୍ ନଂ- ୧୪ରେ ଯାଇ ପଡିଆରେ ପାର୍କିଂ କରିପାରିବ ।
Leave A Reply

Your email address will not be published.