Latest Odisha News

BREAKING NEWS

[ଭିଡ଼ିଓ] ଆସନ୍ତା ଜୁନରେ ବାରବାଟୀରେ T-20 ମ୍ୟାଚ୍‌

କଟକ: ଆସନ୍ତା ଜୁନରେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ। ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ। ଟି-ଟ୍ବେଣ୍ଟି ମ୍ୟାଚ୍‌ ନେଇ OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ଏନେଇ BCCI ସଭାପତି ସୌରଭ ଗାଙ୍ଗୁଲୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି । ଫେବ୍ରୁଆରୀ ୧୫ରେ ହେବାକୁ ଥିବା ଟି-ଟ୍ୱେଣ୍ଟିଂ ବାତିଲ ହୋଇଛି  ।

ଚଳିତ ମାସ ଫେବୃଆରୀ ୧୫ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟି-୨୦ ସିରିଜକୁ ଗୋଟିଏ ଭେନ୍ୟୁରେ କରାଯିବାକୁ ସ୍ଥିର ହୋଇଥିଲା । ଯେଉଁ କାରଣରୁ ବାରବାଟୀରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚକୁ ବାତିଲ କରାଯାଇଥିଲା ।

ବାରବାଟୀରେ ଟି-୨୦ ମ୍ୟାଚ୍ ଖେଳାଯିବା ନେଇ ଓସିଏ ସମ୍ପାଦକ ଶ୍ରୀ ବେହେରା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରିଛନ୍ତି । ଗାଙ୍ଗୁଲି ମଧ୍ୟ ମୌଖିକ ଭାବେ ବାରବାଟୀରେ ମ୍ୟାଚ୍ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ବେହେରା କହିଛନ୍ତି ।

ଯେତେବେଳେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ୍ ବାତିଲ କରାଗଲା, ସେତେବେଳେ ବିସିସିଆଇ ସଭାପତି ମାର୍ଚ୍ଚରେ ଭାରତ ଓ ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ବାରବାଟୀରେ କରାଇବା ଲାଗି ପ୍ରସ୍ତାବ ଦେଇଥିଲେ। ହେଲେ ଓସିଏ ସମ୍ପାଦକ ମାର୍ଚ୍ଚରେ ମ୍ୟାଚ୍ କରାଇବାକୁ ମନା କରିଥିଲେ।

Comments are closed.