Latest Odisha News

BREAKING NEWS

ଚାମ୍ପିୟନ୍ସ ଲିଗ: ସର୍ବକନିଷ୍ଠ ଗୋଲ ସ୍କୋରର୍ ହେଲେ ଅଂଶୁ ଫାତି !

ମାଦ୍ରିଦ: ବାର୍ସିଲୋନାର ଫୁଟବଲ ଖେଳାଳି ନିଜ ନାମରେ ଏକ କୀର୍ତିମାନ ଯୋଡିଛନ୍ତି । ସେ ଚାମ୍ପିୟନ୍ସ ଲିଗରେ ସର୍ବ କନିଷ୍ଠ ( ୧୭ ବର୍ଷ ୪୦ ଦିନ) ଖେଳାଳି ଭାବେ ଗୋଲ ସ୍କୋର କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି ।

ତାଙ୍କର ଚମକ୍ରାର ଗୋଲ ବଳରେ ବାର୍ସିଲୋନା ୨-୧ ଗୋଲରେ ଇଂଟର ମିଲାନକୁ ପରାସ୍ତ କରିଥିଲା । ତାଙ୍କ ପୂର୍ବରୁ ୧୯୯୭ରେ ଘାନାର ପିଟର ଓଫରୀଙ୍କ ନାମରେ ଏହି ରେକର୍ଡ ରହିଥିଲା ।

ସେ ୧୭ ବର୍ଷ ୧୯୪ ଦିନରେ ଗୋଲ ସ୍କୋର କରିଥିଲେ । ମ୍ୟାଚର ୮୫ ମିନିଟରେ ଅଂଶୁଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା । ସେ ଏହାର ସୁଯୋଗ ନେଇ ଗୋଲ କରିଥିଲେ । ବାର୍ସିଲୋନା ୟୁଥ ଏକାଡେମୀରୁ ମନୋନୀତ ହୋଇ ଖେଳିବା ମୋ କ୍ୟାରିୟରକୁ ନୂତନ ରୂପ ଦେଇଛି ବୋଲି ଏହି ଯୁବ ଖେଳାଳିଜଣକ କହିଛନ୍ତି ।

Leave A Reply

Your email address will not be published.