Latest Odisha News

BREAKING NEWS

ବରଗଡରେ ଏକ ସପିଂ ମଲ୍ ସିଲ୍ କଲା ପ୍ରଶାସନ

ବରଗଡ଼: ବରଗଡରେ ଏକ ସପିଂ ମଲକୁ ସିଲ୍ କଲା ପ୍ରଶାସନ। ବେଆଇନ ପାର୍କିଂ ପାଇଁ ଗୋଟିଏ ଦିନରେ ୫ ଲକ୍ଷ ଜରିମାନା ଆଦାୟ କଲା ବରଗଡ଼ ପୌର ପରିଷଦ।

ସୂଚନା ଅନୁଯାୟୀ, ନୋ-ପାର୍କିଂ ଜୋନ୍‌ରେ ପାର୍କିଂ କରାଯାଉଥିବା ଯୋଗୁ ବରଗଡ଼ ପୌର ପରିଷଦ ପକ୍ଷରୁ ଏଭଳି ଜରିମାନା ଆଦାୟ କରାଯାଇଛି।

ତେବେ ପୌର ପରିଷଦ ପକ୍ଷରୁ ଏନେଇ ବାରମ୍ବାର ତାଗିଦ କରାଯାଇଥିଲେ ମଧ୍ଯ ଏହାକୁ ମଲ କର୍ତ୍ତୃପକ୍ଷ ମାନିନଥିଲେ। ଯାହା ଫଳରେ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Comments are closed.