Latest Odisha News

ରଣଜୀ ଟ୍ରଫି କ୍ରିକେଟ: ବରୋଦା ନିକଟରୁ ଓଡିଶାର ଇନିଂସ ପରାଜୟ

ଭଦୋଦରା:ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପର ଏକ ମୁକାବିଲାରେ ବରୋଦା ନିକଟରୁ ଓ ଓଡିଶା ଶୋଚନୀୟ ଭାବେ ଇନିଂସ ପରାଜୟବରଣ କରିଛି । ଓଡିଶା ପ୍ରଥମ ଇନିଂସରେ ୧୯୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ବରୋଦା ୪୫୬ ରନ କରିଥିଲା । ଅଧିନାୟକ କୃଣାଳ ପାଣ୍ଡ୍ୟା ୧୧୯, ଶିଭାଲିକ ଶର୍ମା ୯୬ ଓ ବିଷ୍ଣୁ ସୋଲାଙ୍କି ୯୮ ରନ କରିଥିଲେ । ଓଡିଶା ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଗୋବିନ୍ଦ ପୋଦ୍ଦାର ୫ଟି ୱିକେଟ ନେଇଥିଲେ । ସୁନୀଲ ରାଉଳ ୨ଟି ଓ କାର୍ତିକ ବିଶ୍ୱାଳ, ହର୍ଷିତ ରାଠୋର, ସୁମିତ ଶର୍ମା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ଓଡିଶାଠାରୁ ଦ୍ୱିତୀୟ ଇନିଂସରେ କିଛିଟା ଭଲ ପ୍ରଦର୍ଶନ ଆଶା କରାଯାଉଥିଲେ ମଧ୍ୟ ସେଭଳି କିଛି ଦେଖିବାକୁ ମିଳି ନ ଥିଲା । ଦଳ ପୂନର୍ବାର ୧୬୫ ରନ କରି ଅଲଆଉଟ ହୋଇ ଯାଇଥିଲେ । କାର୍ତିକ ବିଶ୍ୱାଳ ସର୍ବାଧିକ ୫୩ ଓ ଅନୁରାଗ ଷଡଙ୍ଗୀ ୪୯ ରନ କରିଥିଲେ । ବରୋଦାର ନିନାଦ ରାଡୋର ୬ଟି ୱିକେଟ ନେଇ ଓଡିଶାକୁ ଇନିଂସ ପରାଜୟ ପାଇଁ ବାଧ୍ୟ କରାଇଥିଲେ । ମହେଶ ପିଥିୟା ଓ ଭାର୍ଗବ ଭଟ୍ଟ ୨ଟି ଲେଖାଏଁ ୱିକେଟ ନେଇଥିଲେ । କୃଣାଳ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଓଡିଶା ୩ଟି ମ୍ୟାଚରୁ ୪ ପଂଏଟ ହାସଲ କରି ଗ୍ରୁପ ଏରେ ୬ଷ୍ଠ ସ୍ଥାନରେ ରହିଛି । ବରୋଦା ୧୯ ପଂଏଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛି ।

Leave A Reply

Your email address will not be published.