Latest Odisha News

ବରପଦା କଲେଜ ମାମଲା: ଅଧ୍ୟକ୍ଷଙ୍କୁ ବହିଷ୍କାର ଦାବିରେ କର୍ମଚାରୀଙ୍କ ଧାରଣା

ଭଦ୍ରକ: ପୁଣି କଲେଜରେ ଦେଖାଦେଇଛି କର୍ମଚାରୀ ଅଶାନ୍ତି । ଅଧ୍ୟକ୍ଷଙ୍କୁ ବହିଷ୍କାର ଦାବି କରି କଲେଜ ଗେଟ୍ ଆଗରେ ଧାରଣାରେ ବସି ରହିଛନ୍ତି ବହୁ ଚର୍ଚ୍ଚିତ ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ । କଲେଜ ଅଧ୍ୟକ୍ଷଙ୍କୁ ଅନୁଷ୍ଠାନରୁ ତୁରନ୍ତ ବହିଷ୍କାର କରିବା ସହ ପୁରୁଣା ମାମଲାରେ ତାଙ୍କୁ ଗିରଫ ଦାବି କରିଛନ୍ତି ।

କଲେଜର ପରିଚାଳନା କମିଟି ଭାଙ୍ଗିବା ସହ ଅଧ୍ୟକ୍ଷଙ୍କ ସମୟରେ ହୋଇଥିବା କୋଟି କୋଟି ଟଙ୍କା ଦୁର୍ନୀତିକୁ ନେଇ ତଦନ୍ତ ପାଇଁ ଧାରଣା ଦିଆଯାଇଛି । ତେବେ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ଦିଆଯାଇନଥିବା ବେଳେ ଗତ 14 ମାସ ଧରି କର୍ମଚାରୀଙ୍କ ଦରମା ଦେବାପାଇଁ ମଧ୍ୟ ଆନ୍ଦୋଳନରେ ବସିଛନ୍ତି ।

ତେବେ ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି କହିଛନ୍ତି ବରପଦା କଲେଜ କର୍ମଚାରୀମାନେ ।

Comments are closed.