Latest Odisha News

ବରୁଣେଶ୍ୱର ମହୋତ୍ସବ ଉଦ୍‌ଘାଟିତ

ଯାଜପୁର : ଯାଜପୁର ବିଂଝାରପୁର ବ୍ଳକ ଅରେଇରେ ବରୁଣେଶ୍ୱର ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗ ଦେଇ ପଲିଶ୍ରୀ ମେଳାର ଉଦଘାଟନ କରିଥିଲେ।

ଜିଲ୍ଲାପରିଷଦ ସଭ୍ୟ ନନ୍ଦ କିଶୋର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାଂସଦ ଶର୍ମିଷ୍ଠା ସେଠୀ, ସମ୍ମାନିତ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ପ୍ରମୁଖ ଯୋଗଦେଇ ବରୁଣେଶ୍ୱରଙ୍କ ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ବହୁ ପ୍ରତିଭାବାନ ବ୍ୟକ୍ତି ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧନା ଜ୍ଞାମ୍ପନ କରିଥିଲେ । ଏହି ମହୋତ୍ସବରେ ବିଞ୍ଝାରପୁର ର ଇତିହାସ ଓ ପରମ୍ପରାକୁ ନେଇ ପ୍ରସ୍ତୁତ ହୋଇଥିବା ଏକ କ୍ଷୁଦ୍ର ଚଳଚିତ୍ରକୁ ଅତିଥି ମାନେ ଲୋକାର୍ପଣ କରିଥିଲେ । ଶେଷରେ ରାଜ୍ୟର ବିଭିନ୍ନ ପ୍ରନ୍ତରୁ ଆସିଥିବା କଳାକାର ମାନଙ୍କ ଦ୍ୱରା ନୃତ୍ୟ, ପାରମ୍ପାରିକ ବାଦ୍ୟରେ ମହୋତ୍ସବ ପ୍ରକମ୍ପିତ ହୋଇଥିଲା ।

Comments are closed.