ଭୁବନେଶ୍ୱର:ବସନ୍ତ ପଂଚମୀ ଏବଂ ସରସ୍ୱତୀ ପୂଜାରେ ଏଥର ଭଲ ଦିନରେ ପଡୁଛି । ଜ୍ୟୋତିଷଙ୍କ ଅନୁସାରେ ଅମୃତ ସିଦ୍ଧି, ରବିଯୋଗ ଏବଂ ମଙ୍ଗଳକାରୀ ଦିନରେ ଏହା ପଡୁଛି । ସରସ୍ୱତୀ ପୂଜା ସମୟରେ କବଚ ପାଠ କଲେ ଭଲ ଫଳ ପ୍ରାପ୍ତି ହେବ । ଆସନ୍ତୁ ଜାଣିବା ଏହି ଦିନ ରାଶି ଅନୁସାରେ କେଉଁ କାର୍ଯ୍ୟ କରିବେ ।
ମେଷ: ବସନ୍ତ ପଂଚମୀ ଦିନ ମେଷ ରାଶିର ବ୍ୟକ୍ତି ମାନେ କବଚ ପାଠ କରିବା ଜରୁରୀ । ଏହା ଦ୍ୱାରା ବୁଦ୍ଧି ଓ ଏକାଗ୍ରତା ଲାଭ ହେବ । ବୃଷଭ: ମାଆ ସରସ୍ୱତୀଙ୍କୁ ପ୍ରସନ୍ନ କରିବା ଦିନ ଧଳା ଚନ୍ଦନର ତିଳକ ଲଗାଇବା ସହ ଫୁଲ ପ୍ରଦାନ କରନ୍ତୁ । ଏହା ଦ୍ୱାରା ଜ୍ଞାନ ଉଦୟ ହେବ ଏବଂ ସମସ୍ୟା ଦୂର ହେବ । ମିଥୁନ: ମାଆ ସରସ୍ୱତୀଙ୍କୁ ସବୁଜ ରଙ୍ଗର କଲମ ଅର୍ପଣ କଲେ ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଲେଖନୀ ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ଦୂର ହେବ । କର୍କଟ: ପୂଜା ଦିନ ମାଆ ସରସ୍ୱତୀଙ୍କୁ କ୍ଷୀର ଭୋଗ ଲଗାଇଲେ ଭଲ ଫଳାଇବା ପ୍ରାପ୍ତି ହେବ । ସଙ୍ଗୀତ କ୍ୟାରିୟର ପାଇଁ ଛାତ୍ରୀଛାତ୍ର ମାନଙ୍କୁ ଏହି ବିଧି ଫାଇଦାରେ ରହିବ । ସିଂହ:ମାଆ ସରସ୍ୱତୀ ପୂଜା ସମୟରେ ଗାୟତ୍ରୀ ମନ୍ତ୍ର ଯପ କରିବା ଉଚିତ । ବିଦେଶରେ ସଫଳ କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ର ଏଥିରେ ଲାଭବାନ ହେବେ । କନ୍ୟା:ଗରୀବ ପିଲାମାନଙ୍କୁ ପଢ଼ିବା ସାମଗ୍ରୀ ବାଂଟିଲେ ଭଲ ଫଳ ପ୍ରାପ୍ତି ହେବ ।
ତୁଳା: ଏହି ଦିନ ବ୍ରାହ୍ମଣଙ୍କୁ ଧଳା ବସ୍ତ୍ର ଦାନ କଲେ ବାଣୀରେ ମଧୁରତା ଆସିବ । ବିଛା: ଯଦି କିଛି ମନେ ରହୁ ନ ଥାଏ ତାହାହେଲେ ବଂସନ୍ତ ପଂଚମୀ ଦିନ ନାଲି ରଙ୍ଗର କଲମ ଦାନ କଲେ ଭଲ ଫଳ ପ୍ରାପ୍ତି ହେବ । ଧନୁ: ହଳଦିଆ ରଙ୍ଗର ମିଠା ମାଆ ସରସ୍ୱତୀଙ୍କୁ ଅର୍ପଣ କଲେ ନିଣ୍ର୍ଣୟ ନେବାର କ୍ଷମତା ବଢ଼ିବ । ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ସ୍ୱପ୍ନ ସାକାର ହେବ । ମକର: ଗରୀବ ବ୍ୟକ୍ତିଙ୍କୁ ଧଳା ରଙ୍ଗର ଶସ୍ୟ ଦାନ କଲେ ଭଲ ଫଳ ମିଳିବ । ବୁଦ୍ଧି ବଢ଼ିବ ଏବଂ ସମସ୍ୟା ଦୂର ହେବ । କୁମ୍ଭ: ଗରୀବ ପିଲାମାନଙ୍କୁ ସ୍କୁଲ ବ୍ୟାଗ ଏବଂ ଅନ୍ୟ ପଢ଼ା ସାମଗ୍ରୀ ଦାନ କରିବା ଉଚିତ । ଆତ୍ମ ବିଶ୍ୱାସ ଏବଂ ସାହାସ ବଢ଼ିବ । ମୀନ: ଛୋଟ କନ୍ୟାଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଦାନ କରନ୍ତୁ । କ୍ୟାରିୟର ସମସ୍ୟା ଦୂର ହେବ ।
Comments are closed.