ଓଡ଼ିଶା ସମ୍ବାଦ ବ୍ୟୁରୋ: ମଙ୍ଗଳବାର ବାଲେଶ୍ବର ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଜଣେ ଫୋନରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଜଣଙ୍କୁ ପୋଲିସ ଅଟକ ରଖିଛି। ଶେଷ ଖବର ସୁଦ୍ଧା ପୋଲିସ ସଂପୃକ୍ତ ବ୍ୟକ୍ତିକୁ ପଚରାଉଚରା କରୁଛି।
ଅଭିଯୋଗ ଅନୁଯାୟୀ, ନିତ୍ୟାନନ୍ଦ ସାହୁ ପ୍ରାୟ ସକାଳ 8ଟା ସମୟରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କଠାରୁ ଏକ ଫୋନ୍ କଲ୍ ପାଇଥିଲେ । ଆଉ କହିଥିଲେ ତିନିଜଣ ବ୍ୟକ୍ତି ତାଙ୍କୁ ମାରିବାକୁ ଯୋଗାଯୋଗ କରିଛନ୍ତି। ଯେଉଁମାନେ ହତ୍ୟା କରିବାକୁ ଯୋଗାଯୋଗ କରିଛନ୍ତି ସେମାନଙ୍କୁ ସେ ଅଟକ ରଖିଥିବା ବିଧାୟକଙ୍କୁ କହିଥିଲେ। ଏହାପରେ ଦୁର୍ବୃତ୍ତ ଜଣଙ୍କ ବିଧାୟକଙ୍କୁ କହିଥିଲେ ତାଙ୍କ କାର ପାଇଁ ପେଟ୍ରୋଲ ପକାଇବାକୁ ପଇସା ଦେଲେ ସେ କାର ଯୋଗେ ହତ୍ୟା କରିବାକୁ ତିନି ଷଡ଼ଯନ୍ତ୍ରକାରୀଙ୍କୁ ତାଙ୍କ ନିକଟକୁ ପଠାଇ ପାରିବେ। ଆଉ ଦୁର୍ବୃତ୍ତ ଜଣଙ୍କ ବିଧାୟକଙ୍କୁ କାରର ଫଟୋ ପଠାଇଥିଲେ।
ଏହାପରେ ବିଧାୟକ ନିତ୍ଯାନନ୍ଦ ସାହୁ ବାଲେଶ୍ବର ଏସପିଙ୍କୁ ଘଟଣା ବାବଦରେ ଅବଗତ କରାଇଥିଲେ। ଏହାପରେ ଯେଉଁ ନମ୍ବରରୁ ଫୋନ୍ ଆସିଥିଲା ସଂପୃକ୍ତ ନମ୍ବରକୁ ବିଧାୟକ ଏସପିଙ୍କୁ ଦେଇଥିଲେ। ଏହାପରେ ବାଲେଶ୍ବର ପୋଲିସ ନମ୍ବର ଟ୍ରାକ କରି ଜାଣିବାକୁ ପାଇଥିବା ଧମକ ଦେଇଥିବା ବ୍ୟକ୍ତି ଯାଜପୁର ଠିକଣାରେ ରହିଛି।
ପରେ ସଂପୃକ୍ତ ବିଧାୟକଙ୍କୁ ପୋଲିସ ଉଠାଇ ଆଣିଥିଲା। ଏହି ଘଟଣାର ଅଧିକ ତଦନ୍ତ ଚାଲିଛି। ଦୁର୍ବୃତ୍ତଙ୍କୁ ଅଟକ ରଖାଯାଇଛି ଏବଂ ତାଙ୍କୁ ପଚରାଉଚରା କରାଯାଇଛି।
Comments are closed.