Latest Odisha News

BREAKING NEWS

ମାର୍ଚ୍ଚ ୨୧ ମାଓ ହମଲାର ଭିଡିଓ ଜାରି କଲେ ମାଓବାଦୀ

ମାଲକାନଗିରି: ମିନିପା ଜଙ୍ଗଲରେ ହୋଇଥିବା ଏନକାଉଂଟରର ଭିଡିଓ ଜାରି କଳା ମାଓବାଦୀ ସଂଗଠନ । ମାର୍ଚ୍ଚ ୨୧ ତାରିଖରେ ଛତିଶଗଡକ ସୁକମା ଜିଲ୍ଲାର ବୁର୍କାପାଲ ଥାନା ଅଂଚଳର ମିନପା ଜଙ୍ଗଲରେ ମୁହାଁ ମୁହିଁ ଯବାନ ଓ ମାଓବାଦୀ ହୋଇଥିଲେ । ଏହି ଏନକାଉଣ୍ଟର ସମୟ ସହ ତା ପରବର୍ତ୍ତୀ ସମୟର ଚିତ୍ରକୁ ନେଇ ଏକ ୧୨ ମିନିଟ୍ ଅବଧିର ଭିଡିଓ ଜାରି କରିଛି ଦଣ୍ଡକାରଣ୍ୟ ମାଓ ସଂଗଠନ।ଏହି ଭିଡିଓରେ ଏନକାଉଣ୍ଟର ବେଳେ ଗୁଳି ବିନିମୟ ସହ ପରେ ସହିଦ ଯବାନଙ୍କ ମୃତଦେହ ପଡିଥିବା ବେଳର ଦୃଶ୍ୟ ଦେଖିବାକୁ ମିଳିଛି । ଏହା ପରେ ମାଓବାଦୀ ସଂଘବଦ୍ଧ ହୋଇ ଶକ୍ତି ପ୍ରଦର୍ଶନ କରି ଶୋଭାଯାତ୍ରାରେ ଯାଉଥିବାର ଦୃଶ୍ୟ ମଧ୍ୟ ରହିଛି । ସହିଦ ପୋଲିସ, ଯବାନଙ୍କଠାରୁ ମାଓବାଦୀ ଛଡ଼ାଇ ନେଇଥିବା ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ କରୁଛନ୍ତି ମାଓବାଦୀ । ଏହି ଭିଡ଼ିଓରେ ମାଓବାଦୀ ଲୋକଙ୍କ ସହ ରହିଥିବା ଓ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମାଓ ଦମନ ନୀତିକୁ ବିରୋଧ କରୁଥିବାର ସ୍ଲୋଗାନ ମଧ୍ୟ ରହିଛି ।

ବୁର୍କାପାଲ ଗୁଳିବିନିମୟରେ ୧୭ ଜଣ ଯବାନ ସହିଦ ହୋଇଥିଲେ । ଏଥିସହ ୩ ଜଣ ମାଓ ନେତା ନିହତ ହୋଇଥିଲେ । ଏହାପରେ ସୁରକ୍ଷା କର୍ମୀଙ୍କ ଅସ୍ତ୍ରଶସ୍ତ୍ର ଲୁଟ କରିନେଇଥିଲେ ମାଓବାଦୀମାନେ । ଏହାର ଭିଡିଓ ଉତୋଳନ କରି ଅପରେସନ ପରେ ମାଓବାଦୀମାନେ ଉତ୍ସବ ମନାଇଥିବା ଭିଡିଓରେ ପ୍ରଦର୍ଶିତ କରାଯାଇଛି ।

Leave A Reply

Your email address will not be published.