Latest Odisha News

BREAKING NEWS

ବାଟରେ ଯାଉଥିବା ବେଳେ ଟଙ୍କା ପଡ଼ିଥିବାର ଦେଖିଲେ କ’ଣ କରିବେ !

ଭୁବନେଶ୍ୱର: ରାସ୍ତାରେ ଗଲାବେଳେ ବେଳେବେଳେ ଟଙ୍କା ପଡିଥିବାର ନଜରକୁ ଆସିଥାଏ । କିଛି ଲୋକ ଏହାକୁ ଉଠାଇ ନିଜେ ରଖିଦେଉଥିବା ବେଳେ, ଆଉ କୁଛି ଏହାକୁ ମନ୍ଦିର କିମ୍ବା ଭିକାରିଙ୍କୁ ଦାନ କରିଦେଇଥାନ୍ତି । ତେବେ ଏହା ପଛରେ କଣ ରହିଛି ସଂଙ୍କେତ ଆସନ୍ତୁ ଜାଣିବା…

-ରାସ୍ତାରୁ ନୋଟ୍‌ ମିଳିବା ଅର୍ଥ ଆପଣଙ୍କ ପୂର୍ବଜ ଆପଣଙ୍କୁ ଠିକ୍‌ ରାସ୍ତାରେ ଯିବା ଲାଗି ବାଟ ଦେଖାଉଥିବା କୁହାଯାଏ । ନିଜ ଉପରେ ଭରସା ରଖି ଆଗକୁ ବଢିବା ପାଇଁ ସେମାନେ ପ୍ରେରଣା ଯୋଗାଉ ଥିବା ବିଶ୍ୱାସ ରହିଛି ।

-ଘରୁ ବାହାରି କୌଣସି କାର୍ଯ୍ୟରେ ଯାଉଥିବା ବେଳେ ଯଦି ରାସ୍ତାରେ ଟଙ୍କା ମିଳେ ତେବେ ଆପଣଙ୍କ କାର୍ଯ୍ୟ ନିହାତି ଭାବେ ସଫଳ ହେବ ବୋଲ ଲୋକ ବିଶ୍ୱାସ ରହିଛି ।

– ଘରକୁ ଫେରିବା ବେଳେ ଯଦି ରାସ୍ତାରୁ ଟଙ୍କା ମିଳେ ତେବେ ଆପଣଙ୍କୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଥାଏ ।

* ଘରୁ ବାହାରକୁ ଯାଉଥିବା ବେଳେ ମିଳିଥିବା ଟଙ୍କାକୁ ଖର୍ଚ୍ଚ ନ କରି ଆପଣଙ୍କ ପର୍ସ ବା ଅଫିସ୍‌ ଡ୍ରୟାରରେ ରଖିଦିଅନ୍ତୁ ଏହା ଆପଣଙ୍କ ଆର୍ଥିକ ପ୍ରଗତିରେ ସହାୟକ ହେବ।

* ଘରକୁ ଫେରୁଥିବା ବେଳେ ମିଳିଥିବା ଟଙ୍କାକୁ ଘରେ ସେଭିଙ୍ଗ୍ସ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ଦେଖିବେ ଖୁବ କମ ଦିନରେ ଆପଣ ଏହାର ପ୍ରଭାବ ପାରିଲିଖିତ କରିପାରିବେ ।

Leave A Reply

Your email address will not be published.