Latest Odisha News

ସାବୁନ ବିନା ଗାଧୋଇଲେ କ’ଣ ହୁଏ? ଜାଣନ୍ତୁ ଏହାର ଲାଭ ଓ କ୍ଷତି

ଭୁବନେଶ୍ୱର: ଯଦି ଆପଣ ବିନା ସାବୁନରେ ସବୁଦିନ ଗାଧୋଉଛନ୍ତି, ତେବେ କ’ଣ ହେବ ? ସେହିଭଳି ଯଦି ଆପଣ ସବୁଦିନ ସାବୁନ ବ୍ୟବହାର କରୁଛନ୍ତି, ତେବେ କ’ଣ ହେବ? ଏହି ପ୍ରଶ୍ନ ସାମାନ୍ୟ ହେଲେ ବି ସମସ୍ତଙ୍କ ମନରେ ଥରେ ନା ଥରେ ଆସିଥାବ। ଯଦି ଆପଣ ମଧ୍ୟ ଏପରି କିଛି ଭାବୁଛନ୍ତି, ତେବେ ଏହି ପ୍ରଶ୍ନର ଉତ୍ତର ଆପଣଙ୍କୁ ଜାଣିବା ଦରକାର।
ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଗାଧୋଇବା ସମୟରେ ସାବୁନ ବ୍ୟବହାର ନ କଲେ କ’ଣ ହୁଏ। ଏହାର ଲାଭ ଓ କ୍ଷତି ଉଭୟ ରହିଛି, ଯାହା ବିଷୟରେ ଆମେ ଆପଣଙ୍କୁ ସବିଶେଷ ଜଣାଇବୁ।
ସାବୁନ ବ୍ୟବହାର ନ କଲେ କ’ଣ ଲାଭ?

୧. ଚର୍ମର ଆର୍ଦ୍ରତା ବଜାୟ ରହେ
ଯଦି ଆପଣ ସାବୁନ ବିନା ଗାଧୋଇବା ଆରମ୍ଭ କରନ୍ତି, ତେବେ ଏହା ଆପଣଙ୍କ ଚର୍ମର ଆର୍ଦ୍ରତାକୁ ବଜାୟ ରଖିବ। କାରଣ ସାବୁନ ଚର୍ମରୁ ପ୍ରାକୃତିକ ତୈଳକୁ କମ୍‌ କରିଥାଏ। ତେଣୁ ସାବୁନଠାରୁ ଦୂରେଇ ରହିଲେ ଆପଣଙ୍କ ଚର୍ମର ଆର୍ଦ୍ରତା ଅକ୍ଷୁଣ୍ଣ ରହିବ।

୨. ଚର୍ମ ରାସାୟନିକ ପଦାର୍ଥଠାରୁ ଦୂରେଇ ରହେ
ସାବୁନଠାରୁ ଦୂରେଇ ରହିଲେ ଆପଣଙ୍କ ଚର୍ମ ରାସାୟନିକ ପଦାର୍ଥଠାରୁ ମଧ୍ୟ ଦୂରେଇ ରହିବ। କାରଣ ଅଧିକାଂଶ ସାବୁନରେ ରାସାୟନିକ ପଦାର୍ଥ ଥାଏ, ଯାହା ଆପଣଙ୍କ ଚର୍ମକୁ କ୍ଷତି ପହଞ୍ଚାଇ ପାରେ। ତେଣୁ ସାବୁନ ବିନା ଗାଧୋଇଲେ ଚର୍ମ କ୍ଷତିଗ୍ରସ୍ତ ହେବାର ଆଶଙ୍କା କମିଯାଏ।

୩. ଆଲର୍ଜିର ସମ୍ଭାବନା କମେ
ସାବୁନ ବ୍ୟବହାର ପରେ ଚର୍ମରେ ଆଲର୍ଜି ହେବାର ସମ୍ଭାବନା ବଢ଼ିଯାଏ। ଯେଉଁମାନଙ୍କୁ ଏକ୍ଜିମା, ଚର୍ମରେ କୁଣ୍ଡାଇ ହେବା କିମ୍ବା ଆଲର୍ଜି ସମସ୍ୟା ରହିଛି, ସେମାନେ ସାବୁନଠାରୁ ଦୂରେଇ ରହିବା ଲାଭଦାୟକ ହୋଇପାରେ।

ସାବୁନ ବ୍ୟବହାର ନ କଲେ କ’ଣ କ୍ଷତି?

୧. ବ୍ୟାକ୍ଟେରିଆ ଦୂର ହେବ ନାହିଁ
ଯଦି ଆପଣ ଚର୍ମରେ ସାବୁନ ବ୍ୟବହାର ନ କରନ୍ତି, ତେବେ ଏହା ଚର୍ମରେ ଥିବା ବ୍ୟାକ୍ଟେରିଆକୁ କମାଇ ପାରିବ ନାହିଁ। ବିଶେଷ କରି ଏବେ ଯେତେବେଳେ ଗ୍ରୀଷ୍ମ ଋତୁ ଆସିଯାଇଛି, ଏହି ସମୟରେ ଆପଣ ବେଶ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟାକ୍ଟେରିଆ ଜମିବା କାରଣରୁ ଆପଣଙ୍କ ଚର୍ମରେ କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଦେଇପାରେ।

୨. ଝାଳ ଦୁର୍ଗନ୍ଧ ଅସୁବିଧା ସୃଷ୍ଟି କରିବ
ଗ୍ରୀଷ୍ମ ଋତୁରେ ବଜାରରେ ଏପରି ସାବୁନ ମିଳୁଛି, ଯାହା ବ୍ୟବହାର କଲେ ଶରୀରରୁ ଝାଳ ଦୁର୍ଗନ୍ଧ ଦୂର ହୋଇଯାଏ। କିନ୍ତୁ ଯଦି ଆପଣ ସାବୁନ ବ୍ୟବହାର ନ କରନ୍ତି, ତେବେ ଏହି ଦୁର୍ଗନ୍ଧ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଏହା କାରଣରୁ ଆପଣଙ୍କୁ ଲଜ୍ଜାଜନକ ପରିସ୍ଥିତିର ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ।

୩. ମୃତ ଚର୍ମ ଜମା ହୋଇ ରହିବ
ସାବୁନ ବ୍ୟବହାର କଲେ ଚର୍ମରୁ ମୃତ କୋଷିକା ମଧ୍ୟ ସଫା ହୋଇଯାଏ। ଯଦି ଆପଣ ସାବୁନ ବ୍ୟବହାର ନ କରନ୍ତି, ତେବେ ଚର୍ମରେ ମୃତ କୋଷିକା ଜମା ହୋଇ ରହିବ, ଯାହା କାରଣରୁ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।

ବିଦ୍ର: ଏହି ଲେଖାରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ଞାନ ଉପରେ ଆଧାରିତ। ଏହି ଲେଖା ପାଠକଙ୍କ ସୂଚନା ଓ ସଚେତନତା ବୃଦ୍ଧି ପାଇଁ ପ୍ରସ୍ତୁତ କରାଯାଇଛି। ଆମେ ଏହି ଲେଖାରେ ଦିଆଯାଇଥିବା ସୂଚନା ସମ୍ପର୍କରେ କୌଣସି ଦାବି କରୁନାହୁଁ କି ଏହାର ଦାୟିତ୍ୱ ନେଉନାହୁଁ। ଚର୍ମ ସମ୍ବନ୍ଧୀୟ କୌଣସି ଅଧିକ ସୂଚନା ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Comments are closed.