ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଓ ବରୁଣ ଧୱନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବୱାଲ’ର ଟ୍ରେଲର ରିଲିଜ ହୋଇଯାଇଛି । ଏଥିରେ ବରୁଣ ଓ ଜାହ୍ନବୀଙ୍କ ବେହତରିନ କେମେଷ୍ଟ୍ରି ଦେଖିବାକୁ ମିଳିଛି ଦର୍ଶକଙ୍କୁ । ଏହି ଫିଲ୍ମରେ ଉଭୟ ସ୍ୱାମୀ-ସ୍ତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର ଟ୍ରେଲର ଏତେ ଚମତ୍କାର ଯେ ପ୍ରଶଂସକମାନେ ଏହାକୁ ଦେଖିବା ପାଇଁ ଆହୁରି ଉତ୍ସାହିତ ହୋଇପଡ଼ିଛନ୍ତି ।
ଫିଲ୍ମର ଟ୍ରେଲରଟି ଅଜୁ ଭାଇ ଅର୍ଥାତ୍ ବରୁଣ ଧାୱନଙ୍କଠୁୁ ଆରମ୍ଭ ହୋଇଛି । ଯିଏ ଏକ ବିଦ୍ୟାଳୟରେ ଇତିହାସ ଶିକ୍ଷକ । ଏହି ସମୟରେ ସେ ନିଶା ଅର୍ଥାତ୍ ଜାନଭୀ କପୁରଙ୍କୁ ଭେଟିଥିଲେ । ପ୍ରଥମେ ସେମାନଙ୍କର ବନ୍ଧୁତା ଆରମ୍ଭ ହୁଏ ଏବଂ ପରେ ସେମାନେ ବିବାହ କରନ୍ତି । ଉଭୟଙ୍କ କାହାଣୀରେ ମୋଡ଼ ଆସେ ଯେତେବେଳେ ସେମାନେ ବିବାହ ପରେ ୟୁରୋପରେ ପହଞ୍ଚନ୍ତି । ଟ୍ରେଲରରୁ ଏହା ସ୍ପଷ୍ଟ ହୋଇଛି ଯେ ପୁରା ଫିଲ୍ମରେ ପ୍ରେମ, କଳହ ଆଦି ଦେଖିବାକୁ ମିଳିବ ।
ଏହି ଫିଲ୍ମ ମାଧ୍ୟମରେ ବରୁଣ ଏବଂ ଜାନଭୀ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିଛନ୍ତି । ଫିଲ୍ମର ଟ୍ରେଲର ରିଲିଜ୍ କାର୍ଯ୍ୟକ୍ରମରେ ବରୁଣ କହିଛନ୍ତି ଯେ, ଏହି ଫିଲ୍ମର ଚରିତ୍ର ଆଜି ପର୍ଯ୍ୟନ୍ତ ତାଙ୍କର ସବୁଠାରୁ ଚ୍ୟାଲେଞ୍ଜିଂ ଭୂମିକା ଅଟେ । ଏହି ଫିଲ୍ମ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ତାଙ୍କର ଆଶା । ଏହି ରୋମାଣ୍ଟିକ-ଡ୍ରାମା ଫିଲ୍ମ ଜୁଲାଇ ୨୧ ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବାକୁ ଯାଉଛି ।
Comments are closed.