Latest Odisha News

BREAKING NEWS

ବିବିସି ଡକ୍ୟୁମେଣ୍ଟାରୀ ବିବାଦ, କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଆଇଏଲ

ନୂଆଦିଲ୍ଲୀ: ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ବିବିସି ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି। ଯେଉଁଥିରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ନେଇ ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ହୋଇଛି। କେନ୍ଦ୍ର ସରକାର ଏହି ଡକ୍ୟୁମେଣ୍ଟାରୀ ଉପରେ ରୋକ୍ ଲଗାଇଛି। ହେଲେ ଅନେକ ସ୍ଥାନରେ ବିଜେପି ବିରୋଧୀ ସଂଗଠନ ଓ ଦଳ ସ୍କ୍ରିନିଂ ପାଇଁ ଦାବି କରୁଛନ୍ତି। ଏହି ବିବାଦ ଭିତରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଯେଉଁଥିରେ କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇ ମାମଲା ଦାୟର ହୋଇଛି। ଆସନ୍ତା ସୋମବାର ଏହି ମାମଲାର ରାୟ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।

BjdElectrycity

ବିବିସି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ହଟାଇବାକୁ ଆବେଦନ ଉପରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ ସମ୍ପର୍କରେ କାହାର ନା ନ ନେଇ ପରୋକ୍ଷରେ ଆଇନ୍ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ କୋର୍ଟରେ ହଜାର ହଜାର ସାଧାରଣ ନାଗରିକ ନ୍ୟାୟକୁ ଅପେକ୍ଷା କରିଛନ୍ତି ଏବଂ କେବେ ତାରିଖ ପଡିବ ଅପେକ୍ଷା କରୁଛନ୍ତି। ହେଲେ ଏହାରି ଭିତରେ ଏହିପରି ପିଆଇଏଲ ଦାୟର କରାଯାଇ ସୁପ୍ରିମକୋର୍ଟର ବହୁମୂଲ୍ୟ ସମୟ ନଷ୍ଟ କରୁଛନ୍ତି ଏମାନେ।

୨୦୦୨ ଗୁଜୁରାଟ ଦଙ୍ଗା ଉପରେ ସୁପ୍ରିମକୋର୍ଟରେ ବିବିସିର ଡକ୍ୟୁମେଣ୍ଟାରୀ ଉପରେ ସରକାରଙ୍କ ନିଷେଧାଦେଶକୁ ଆଇନଜୀବୀ ଏମ୍.ଏଲ୍ ଶର୍ମା ଚ୍ୟାଲେଞ୍ଜ କରିଛନ୍ତି। ଫେବୃଆରୀ ୬ରେ ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୁଡ ଶୁଣାଣି କରିବେ ବୋଲି ସୂଚନା ରହିଛି। ଏହି ଡକ୍ୟୁମେଣ୍ଟାରୀକୁ ନେଇ ଅନେକ ନେତା, ସାଂସଦ ଓ ସରକାରଙ୍କ ସମାଲୋଚକ ଟୁଇଟ୍ କରିଥିଲେ। ହେଲେ ଏହାକୁ ଡିଲିଟ୍ କରିବା ନେଇ ମଧ୍ୟ ପ୍ରସଙ୍ଗ ଉଠାଯାଇଛି।

ଉଲ୍ଲେଖଯୋଗ୍ୟ, ଏହି ଡକ୍ୟୁମେଣ୍ଟାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଦୁଇଟି ଭାଗରେ ପ୍ରସ୍ତୁତ କରାଯାଇଛି। ଏଥିରେ, ୨୦୦୨ ଗୁଜୁରାଟ ଦଙ୍ଗା ବିଷୟରେ କୁହାଯାଇଛି। ଏହା ସହିତ, ଏହି ବିବିସି ଡକ୍ୟୁମେଣ୍ଟାରୀରେ ସେହି ସମୟର ରାଜନୀତିକ ପରିସ୍ଥିତିର ଚିତ୍ର ମଧ୍ୟ ଦେଖାଯାଇଛି। ଏହି ଡକ୍ୟୁମେଣ୍ଟାରୀର ପ୍ରଥମ ଏପିସୋଡ୍ ୧୭ ଜାନୁଆରୀରେ ବ୍ରିଟେନରେ ପ୍ରସାରିତ ହୋଇଥିଲା।

 

 

Leave A Reply

Your email address will not be published.