କ୍ରିକେଟରେ ମ୍ୟାଚ ଫିକ୍ସିଂ ନୂଆ କଥା ନୁହେଁ । ଅନେକ ଥର ଏହି କଳା ନାଗ କ୍ରିକେଟକୁ ଦଂଶନ କରିଛି । ତେବେ କେତେକ ଖେଳାଳି ଏବଂ ପ୍ରଶଂସକଙ୍କ ଯୋଗୁ ଏହା କ୍ରିକେଟର ବିଶେଷ କିଛି କ୍ଷତି କରିପାରି ନାହିଁ । ଆଇପିଏଲ ୨୦୨୫ ଠିକଠାକ ଚାଲିଥିଲା । ହଠାତ କେତୋଟି ମ୍ୟାଚରେ ଅବିଶ୍ୱସନୀୟ ବିଜୟ ଦର୍ଶକ ଏବଂ ସମୀକ୍ଷକଙ୍କ ମନରେ ମ୍ୟାଚ ଫିକ୍ସିଂର ସନ୍ଦେହ ସୃଷ୍ଟି କରିଥିଲା । ସୋସିଆଲ ମିଡିଆରେ ଏ ନେଇ ଅନେକ ଡାଟା ୟୁଜର୍ସମାନେ ଦେଉଥିଲେ । ତେବେ ଏହାର ସତ୍ୟତା ପୃଷ୍ଟି ହୋଇପାରୁ ନ ଥିଲା । ଏବେ କେତୋଟି ମ୍ୟାଚ ନେଇ ସନ୍ଦେହ ସୃଷ୍ଟି ହେବା ପରେ ଆକ୍ସନ ବୋର୍ଡରେ ବିସିସିଆଇ ଆସିଛିି ।
ଯାହା ଫଳରେ ସନ୍ଦେହ କିଛି ମାତ୍ରାରେ ବାସ୍ତବର ରୂପ ନେବା ଭଳି ଲାଗୁଛି । ବିସିସିଆଇର ଆଂଟି କରପ୍ସନ ଓ ସିକ୍ୟୁରିଟି ୟୁନିଟ ସମସ୍ତ ୧୦ଟି ଟିମକୁ ଏ ନେଇ ଆଲର୍ଟ ଜାରୀ କରିଛି । ଖେଳାଳି କିମ୍ବା ସେମାନଙ୍କ ପରିବାରବର୍ଗଙ୍କୁ ମନଲୋଭ ଉପହାର ଦିଆଯିବା ପାଇଁ ଉଦ୍ୟମ ହେଉଛି । ଏଥିରୁ ଦୂରେଇ ରହିବା ପାଇଁ ବୋର୍ଡ ତାଗିଦ କରିଛି ।
କିଏ ସେ ମାଷ୍ଟରମାଇଣ୍ଡ: କ୍ରିକବଜ ରିପୋର୍ଟ ଅନୁସାରେ ଏସିଏସୟୁ ଅନୁସାରେ ହାଇଦ୍ରାବାଦର ଏକ ବ୍ୟବସାୟୀ ମ୍ୟାଚ ଫିକ୍ସ କରିବା ପାଇଁ ଉଦ୍ୟମ କରୁଛି । ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କ ସହ ଯୋଗାଯୋଗ ରଖିବାକୁ ଚେଷ୍ଟା କରୁଛି । ତେବେ ଏହି ବ୍ୟବସାୟୀର ବୁକିଙ୍କ ସହ ସମ୍ପର୍କ ଅଛି ନାହିଁ ତାହା ସ୍ପଷ୍ଟ ହୋଇନି । ନିଜକୁ ପ୍ରଶଂସକ ଭାବେ ଉପସ୍ଥାପିତ କରି ଏହି ବ୍ୟକ୍ତି ସମସ୍ତଙ୍କ ନିକଟତର ହେବାକୁ ଚେଷ୍ଟା କରୁଛି ।
ଦାମୀ ଉପହାର: ବ୍ୟବସାୟର ଜଣଙ୍କ ଖେଳାଳି, କୋଚ ଓ କମେଂଟେଟର୍ସ ଓ ପରିବାର ସଦସ୍ୟଙ୍କୁ ଅଳଙ୍କାର ଦୋକାନୀ ଏବଂ ଦାମୀ ହୋଟେଲରେ ନେବାର ଲୋଭନୀୟ ଅଫର ଦେଉଛି । ଏପରିକି ଏମାନଙ୍କର ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି । ପରାଜିତ ହେଉଥିବା ଟିମର ଅବିଶ୍ୱସନୀୟ ବିଜୟ, କ୍ୟାଚ ଡ୍ରପ, ସନ୍ଦେହଜନକ ରଣନୀତି ଏବଂ ଖେଳାଳିଙ୍କ ହାବଭାବ ଉପରେ ମଧ୍ୟ ଏବେ ନଜର ରହୁଛି । କ୍ରିକେଟକୁ ସ୍ୱଚ୍ଛ ରଖିବା ପାଇଁ ବିସିସିଆଇ ଯଥାସମ୍ଭବ ଉଦ୍ୟମ ଜାରି ରଖିଛି । ପ୍ରଶଂସକମାନେ ଏଥିପ୍ରତି ଯେପରି ବିମୁଖ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ।
Comments are closed.