ମୁମ୍ବାଇ: ଭାରତ ୨୦୨୫ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଟାଇଟଲ ହାସଲ କରିଛିି । ବିଜେତା ଦଳ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୁରସ୍କାର ରାଶିର ଘୋଷଣା କରିଛି । ରିପୋର୍ଟ ମୁତାବକ ବିସିସିଆଇ ୫୮ କୋଟି ଟଙ୍କା ଏ ବାବଦକୁ ପ୍ରଦାନ କରିବ । ଏହି ଅର୍ଥ ଖେଳାଳି, କୋଚ ଓ ସହଯୋଗୀ ଷ୍ଟାଫଙ୍କ ମଧ୍ୟରେ ବଂଟାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରିଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୫୧ ରନ କରିଥିଲା । ଭାରତ ୪୯ ଓଭରରେ ୬ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭାରତ ଅପରାଜେୟ ରହିଥିଲା ।
୯ ମାସ ମଧ୍ୟରେ ଟିମ ଇଣ୍ଡିଆ ୨ଟି ଆଇସିସି ଟ୍ରଫି ଜିତିଛି । ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିବା ଫଳରେ ଭାରତକୁ ଟ୍ରଫି ସହ ୧୯.୫ କୋଟି ଟଙ୍କା ପୁରସ୍କାର ରାଶି ମିଳିଥିଲା । ଏଥର ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଓଭରାଲ ୬୦ କୋଟି ଟଙ୍କାର ପୁରସ୍କାର ରାଶି ରଖିଥିଲା । ଯାହାକି ଅନ୍ୟ ସଂସ୍କରଣ ତୁଳନାରେ ୫୩ ପ୍ରତିଶତ ଅଧିକ ରହିଥିଲା ।
Comments are closed.