Latest Odisha News

ଇରାନୀ କପ ପାଇଁ ଅବଶିଷ୍ଟ ଭାରତ ଏକାଦଶ ଘୋଷିତ

ନୂଆଦିଲ୍ଲୀ: ବିସିସିଆଇ ୧ ଅକ୍ଟୋବରରୁ ୫ ପର୍ଯ୍ୟନ୍ତ ଲକ୍ଷ୍ନୌରେ ହେବାକୁ ଥିବା ଈରାନୀ କପ ପାଇଁ ଅବଶିଷ୍ଟ ଭାରତ ଏକାଦଶ ଘୋଷିତ କରିଛି । ରଣଜୀ ଚାମ୍ପିୟନ ମୁମ୍ବାଇ ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ରିତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ରିପୋର୍ଟ ମୁତାବକ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ସେପ୍ଟମ୍ବର ୨୭ରୁ ଆରମ୍ଭ ହେବ । ଯଦି ୱିକେଟ କିପର ଧ୍ରୁବ ଜୁରେଲ ଓ ପେସ ବୋଲର ୟଶ ଦୟାଲଙ୍କୁ ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ସ୍ଥାନ ନ ମିଳେ ତେବେ ସେମାନଙ୍କୁ ଈରାନୀ କପ ପାଇଁ ରିଲିଜ କରାଯିବ ।

ରିଷଭ ପନ୍ତଙ୍କ ବିକଳ୍ପ ଭାବେ କେଏଲ ରାହୁଲ ଆବଶ୍ୟକ ସ୍ଥଳେ ୱିକେଟ କିପର ଦାୟିତ୍ୱ ତୁଲାଇବେ । ସର୍ଫରାଜ ଖାଁ ମଧ୍ୟ ରିଲିଜ ହେବା ସମ୍ଭାବନା ରହିଛି ।
ଅବଶିଷ୍ଟ ଭାରତ ଏକାଦଶ ଟିମ: ରିତୁରାଜ ଗାଏକ୍ୱାଡ (ଅଧିନାୟକ), ଅଭିମନ୍ୟୁ ଈଶ୍ୱରନ, ସାଇ ସୁଦର୍ଶନ, ଦେବୀଦତ ପାଡିକଲ, ଧ୍ରୁବ ଜୁରେଲ, ଈଶାନ କିଶାନ, ମାନବ ସୁଥାର, ସାରାଶ ଜୈନ, ପ୍ରସିଦ୍ଧ କ୍ରିଷ୍ଣା, ମୁକେଶ କୁମାର, ୟଶ ଦୟାଲ, ରିକି ଭୂଈ, ଶାସ୍ୱତ ରାୱତ, ଖଲୀଲ ଅହମ୍ମଦ ଓ ରାହୁଲ ଚହର ।

Leave A Reply

Your email address will not be published.