Latest Odisha News

BREAKING NEWS

ବିସିସିଆଇ ଜାରୀ କଲା ନୂତନ ସେଂଟ୍ରାଲ କଂଟ୍ରାକ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୪-୨୫ ପାଇଁ ନୂତନ କେନ୍ଦ୍ରୀୟ ଚୁକ୍ତିର ଘୋଷଣା କରିଛି । ୧୬ଜଣ ମହିଳା କ୍ରିକେଟରଙ୍କୁ ଏଥିରେ ସାମିଲ କରାଯାଇଛି । ଏହି ଖେଳାଳିମାନଙ୍କୁ ୩ଟି ଗ୍ରେଡରେ ରଖାଯାଇଛି । ଗ୍ରେଡ ଏରେ ୩ଜଣ, ବିରେ ୪ ଓ ସିରେ ୯ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ୧ ଅକ୍ଟୋବର ୨୦୨୪ରୁ ୩୦ ସେପ୍ଟମ୍ବର ୨୦୨୫ ପର୍ଯ୍ୟନ୍ତ ଏହି ଚୁକ୍ତି ରହିବ । ହରମନପ୍ରୀତ, ସ୍ମୃତି ମାନ୍ଧନା ଓ ଦୀପ୍ତି ଶର୍ମା ଗ୍ରେଡ ଏରେ, ରେଣୁକା ଠାକୁର, ଜେମିମା ରୋଡ୍ରିଗ୍ୟୁସ, ରିଚା ଘୋଷ ଓ ଶେଫାଳୀ ବର୍ମା ଗ୍ରେଡ ବିରେ ଏବଂ ୟାସ୍ତିକା ଭାଟିଆ, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ତିତାସ ସାନ୍ଧୁ, ଅରୁନ୍ଧତି ରେଡ୍ଡୀ, ଅମନଜୋତ କୌର, ଉମା ଛେତ୍ରୀ, ସ୍ନେହ ରାଣା ଓ ପୂଜା ବସ୍ତ୍ରକାର ରହିଛନ୍ତି ।

ଗ୍ରେଡ ଏରେ ରହିଥିବା ଖେଳାଳିଙ୍କୁ ୫୦ ଲକ୍ଷ, ଗ୍ରେଡ ବି ପାଇଁ ୩୦ ଓ ସି ନିମନ୍ତେ ୧୦ ଲକ୍ଷ ଟଙ୍କା ରଖାଯାଇଛି । ପୁରୁଷ କ୍ରିକେଟରଙ୍କ ତୁଳନାରେ ଏହି ଅର୍ଥର ପରିମାଣ ବହୁତ କମ ହୋଇଥିବାରୁ ବିସିସିଆଇକୁ ପରୋକ୍ଷରେ ସମାଲୋଚନା କରାଯିବା ସହ ପକ୍ଷପାତିକା ଅଭିଯୋଗ ମଧ୍ୟ ପ୍ରଶଂସକମାନେ ଆଣିଛନ୍ତି ।

Comments are closed.