Latest Odisha News

BREAKING NEWS

ମହିଳା ଖେଳାଳିଙ୍କ ପାଇଁ କେନ୍ଦ୍ରୀୟ ଚୁକ୍ତି ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୨-୨୩ ପାଇଁ ମହିଳା ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି । ଏହି ଚୁକ୍ତିରେ ମୋଟ ୧୭ ଖେଳାଳିଙ୍କୁ ସାମିଲ କରାଯାଇଛି । ଅଧିନାୟିକା ହରମନପ୍ରୀତ କୌରଙ୍କ ସମେତ ସ୍ମୃତି ମାନ୍ଧାନା ଓ ଦୀପ୍ତି ଶର୍ମାଙ୍କୁ ଏ ଗ୍ରେଡରେ ରଖାଯାଇଛି । ବି ଗ୍ରେଡରେ ୫ ଓ ସି ଗ୍ରେଡରେ ୯ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ଏ ଗ୍ରେଡରେ ରହିଥିବା କ୍ରିକେଟର ବର୍ଷକୁ ୫୦ ଲକ୍ଷ, ବି ଗ୍ରେଡ ୩୦ ଲକ୍ଷ ଓ ସି ଗ୍ରେଡ ୧୦ ଲକ୍ଷ ଲେଖାଁଏ ଟଙ୍କା ପାଇବେ । ଗତ ଚୁକ୍ତିରେ ବିସିସିଆଇ ୧୭ ଖେଳାଳିଙ୍କୁ ସାମିଲ କରିଥିଲା । ଏଥର ଏହ ମଧ୍ୟରୁ ୭ଜଣଙ୍କୁ ବାଦ ଦେଇ ନୂଆ ମୁହଁ ସାମିଲ କରିଛି ।

ରେଣୁକା ଠାକୁର, ମେଘନା ସିଂ, ଦେବୀକା ବୈଦ୍ୟ, ସବନେନୀ ମେଘନା, ଅଞ୍ଜଳୀ ସରୱନୀ, ରାଧା ଯାଦବ ଓ ୟାସ୍ତିକା ଭାଟିଆଙ୍କୁ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଚୁକ୍ତିରେ ରଖାଯାଇଛି । ପୂନମ ଯାଦବ, ମିତାଲୀ ରାଜ, ଝୁଲଣ ଗୋସ୍ୱାମୀ, ତାନିଆ ଭାଟିଆ, ପୁନମ ରାଉତ, ଶିଖା ପାଣ୍ଡେ ଓ ଅରୁନ୍ଧତି ରେଡ୍ଡୀଙ୍କୁ ବାଦ ଦିଆଯାଇଛି । ଜେମିମା ରୋଡ୍ରିଗଜ ଓ ରୀଚା ଘୋଷ ସି ଗ୍ରେଡରୁ ବି ଗ୍ରେଡକୁ ଉନ୍ନୀତ ହୋଇଛନ୍ତି । ରାଜେଶ୍ୱରୀ ଗାଏକ୍ୱାଡ ଏ ଗ୍ରେଡରୁ ବି ଗ୍ରେଡକୁ ଓ ପୂଜା ବିରୁ ସିକୁ ଖସି ଆସିଛନ୍ତି । ମିଥାଲୀ ରାଜ ଓ ଝୁଲଣ ଅବସର ଘୋଷଣା କରିଥିବାରୁ ସେମାନେ ଏହି ଚୁକ୍ତିରୁ ବାଦ ପଡିଛନ୍ତି ।

ଗ୍ରେଡ ଏ: ହରମନପ୍ରୀତ କୌର, ସ୍ମୃତି ମାନ୍ଧାନା, ଦୀପ୍ତି ଶର୍ମା
ଗ୍ରେଡ ବି: ରେଣୁକା ଠାକୁର, ଜେମିମା ରୋଡ୍ରିଗଜ, ଶେଫାଳୀ ବର୍ମା, ରିଚା ଘୋଷ, ରାଜେଶ୍ୱରୀ ଗାଏକ୍ୱାଡ,
ଗ୍ରେଡ ସି: ମେଘନା ସିଂ, ଦେବୀକା ବୈଦ୍ୟ, ସବନେନୀ ମେଘନା, ଅଞ୍ଜଳି ସରୱାନି, ପୂଜା ବସ୍ତ୍ରାକାର, ସ୍ନେହ ରାଣା, ରାଧା ଯାଦବ, ହରଲୀନ ଦେଓଲ, ୟାସ୍ତିକା ଭାଟିଆ ।

Leave A Reply

Your email address will not be published.