Latest Odisha News

ଚାମ୍ପିୟନ ଟିମ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତ ଟି୨୦ ବିଶ୍ୱକପ ୨୦୨୪ ଜିତିବା ପରେ ପୁରସ୍କାରର ସୁଅ ଛୁଟିବାରେ ଲାଗିଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବିଜୟୀ ଟିମ ଇଣ୍ଡିଆ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ବିସିସିଆଇ ସେକ୍ରେଟାରୀ ଜୟ ଶାହ ସୋସିଆଲ ମିଡିଆରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଟୁର୍ଣ୍ଣାମେଂଟରେ ଅସାଧାରଣ ପ୍ରତିଭା, ଦୃଢ଼ ସଂକଳ୍ପ ଓ ଖେଳୁଆଡ ମନୋଭାବର ଉକୃଷ୍ଟ ପ୍ରଦର୍ଶନ ଭାରତୀୟ ଖେଳାଳିମାନେ କରିଥିଲେ । ଖେଳାଳି, କୋଚ ଓ ସହଯୋଗୀ ଷ୍ଟାଫଙ୍କ ହାର୍ଦ୍ଦିକ ଅଭିନନ୍ଦନ । ଭାରତୀୟ ଟିମ ୪ର୍ଥ ଥର ପାଇଁ ଆଇସିସି ବିଶ୍ୱକପ ଜିତିଛି ।

ଦିନିକିଆ ବିଶ୍ୱକପ (୧୯୮୩, ୨୦୧୧) ଓ ଟି୨୦ ବିଶ୍ୱକପ (୨୦୦୭, ୨୦୨୪) ୨ ଥର ଲେଖାଏଁ ଟିମ ଇଣ୍ଡିଆ ହାସଲ କରିଛି । ୧୩ ବର୍ଷ ବ୍ୟବଧାନ ପରେ ଭାରତ ପୂନର୍ବାର ବିଶ୍ୱକପ ଜିତିବା ଗୌରବ ଅର୍ଜନ କରିଛି । ବିସିସିଆଇ ବ୍ୟତୀତ ଅନ୍ୟ କମ୍ପାନୀମାନଙ୍କ ତରଫରୁ ମଧ୍ୟ ପୁରସ୍କାର ରାଶି ଘୋଷଣା କରାଯିବା ଆରମ୍ଭ ହୋଇଛି ।

Leave A Reply

Your email address will not be published.