Latest Odisha News

ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଶନିବାର ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଭାରତୀୟ ପୁରୁଷ ଟିମ ଅକ୍ଟୋବରରେ ୨ଟି ଟେଷ୍ଟ ମ୍ୟାଚ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ମୋହାଲୀ ଓ ଇଡେନଗାର୍ଡେନରେ ଏହି ୨ଟି ମ୍ୟାଚ ଆୟୋଜିତ ହେବ । ଏହା ପରେ ୨୦୨୫ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଭାରତ ଆୟୋଜନ କରିବ । ଦିଲ୍ଲୀରେ ପ୍ରଥମ ଟେଷ୍ଟ ଏବଂ ଗୋଆରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ପ୍ରଥମ ଥର ପାଇଁ ଗୋଆରେ ଟେଷ୍ଟ ମ୍ୟାଚ ଖେଳାଯିବାକୁ ଯାଉଛି । ଏହା ୨୨ରୁ ୨୬ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ ।

ଦିନିକିଆ ସିରିଜ ନଭେମ୍ବର ୩୦ରୁ ରାଂଚୀରୁ ଆରମ୍ଭ ହେବ । ଏହା ପରେ ଡିସେମ୍ବର ୩ରେ ରାୟପୁର ଓ ୬ରେ ବିଶାଖପଟନମରେ ବାକି ୨ଟି ଦିନିକିଆ ଆୟୋଜିତ ହେବ । ଡିସେମ୍ବର ୯, ୧୧, ୧୪, ୧୭ ଓ ୧୯ ଡିସେମ୍ବରରେ ଯଥାକ୍ରମେ କଟକ, ନାଗପୁର, ଧର୍ମଶାଳା, ଲକ୍ଷ୍ନୌ ଓ ଅହମ୍ମଦାବାଦରେ ଟି୨୦ ମ୍ୟାଚ ଖେଳାଯିବ । ମହିଳା ଦିିନିକିଆ ବିଶ୍ୱକପ ୨୦୨୫ରେ ଭାରତରେ ଆୟୋଜିତ ହେବ । ମୁଲ୍ଲାପୁର, ଇନ୍ଦୋର, ଥିରୁୱନ୍ତପୁରମ ଓ ଗୌହାଟୀରେ ମ୍ୟାଚଗୁଡିକ ଆୟୋଜିତ ହେବ । ବିସିସିଆଇ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.