Latest Odisha News

ପ୍ୟାରିସ ଅଲିମ୍ପିକ୍ସ: ଆଇଓଏକୁ ଆର୍ଥୀକ ସହାୟତା ଯୋଗାଇଲା ବିସିସିଆଇ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ସପ୍ତାହରୁ କମ ଦିନ ବାକି ରହିଛି । ଭାରତ ଏଥର ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ୧୧୭ ଜଣ ଆଥଲେଟଙ୍କୁ ଅଲିମ୍ପିକ୍ସ ପାଇଁ ପଠାଇଛି । ଇତି ମଧ୍ୟରେ ଆଥଲେଟଙ୍କ ମନୋବଳ ବଢ଼ାଇବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୮.୫ କୋଟି ଟଙ୍କାର ଆର୍ଥୀକ ସହାୟତା ଆଇଓସିକୁ ଯୋଗାଇଛି । ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏହା ଘୋଷଣା କରିଛନ୍ତି । ଆମ ଆଥଲେଟଙ୍କ ପାଇଁ ବିସିସିଆଇ ଗର୍ବିତ । ଭାରତର ପ୍ରତିନିଧିତ୍ୱ କରୁଥିବା ଆଥଲେଟଙ୍କୁ ଆମେ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିବୁ । ସମ୍ପୂର୍ଣ୍ଣ ଟିମକୁ ଆମ ତରଫରୁ ଶୁଭକାମନା ଜ୍ଞାପନ କରାଯାଉଛି ।

ଭାରତକୁ ଗୌରବାନ୍ୱିତ କର ବୋଲି ବିସିସିଆଇ ପକ୍ଷରୁ ଟୁଇଟ କରାଯାଇଛି । ଭାରତୀୟ ଆଥଲେଟମାନେ କ୍ରୀଡା ଭିଲେଜରେ ପଂହଚିବା ଆରମ୍ଭ କରିଛନ୍ତି । ଏଥର ରେକର୍ଡ ସଂଖ୍ୟକ ପଦକ ଆଥଲେଟମାନେ ଜିତିବେ ବୋଲି କ୍ରୀଡା ପ୍ରଶଂସକଙ୍କ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

Comments are closed.